Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁନିଆର ନମ୍ବର ଓ୍ଵାନ ଚେଜ୍ ମାଷ୍ଟର ହେଲେ ବିରାଟ କୋହଲି, ଭାଙ୍ଗିଲେ ସଚିନଙ୍କ ୨ ବଡ଼ ରେକର୍ଡ

ନୂଆଦିଲ୍ଲୀ: ଯେଉଁଠି ଘଟଣା ବଡ଼ ହୋଇଥାଏ ସେଠାରେ କୋହଲି ଛିଡ଼ା ହୋଇଥାନ୍ତି। ଭାରତୀୟ ଦଳର ପୂର୍ବତନ ଓପନିଂ ବ୍ୟାଟର ବୀରେନ୍ଦ୍ର ସେହ୍ଵାଗ ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲିଙ୍କ ଇନଂସ ଦେଖିବା ପରେ ଏହି ଟିପ୍ପଣୀ କରିଛନ୍ତି। ଆଉ ସେହ୍ଵାଗଙ୍କ ଏହି ଉକ୍ତିକୁ ସଠିକ୍ ସାବ୍ୟସ୍ତ କରିଛନ୍ତି କୋହଲି। ବିରାଟ କୋହଲି ଅନେକ ସମୟରେ ମୁସ୍କିଲ ସ୍ଥିତିରେ କାନ୍ଥ ପରି ଛିଡ଼ା ହୋଇ ଭାରତକୁ ବିଜୟୀ କରାଇଛନ୍ତି। ଗତକାଲି ମ୍ୟାଚରେ ଭାରତ ୨ ରନରେ ୩ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା, ଇଶାନ କିଷନ ଓ ଶ୍ରେୟସ ଆୟର ଶୂନ୍ୟରେ ଆଉଟ୍ ହୋଇଥିଲେ। ଏହା ପରେ କୋହଲି କେଏଲ ରାହୁଲଙ୍କ ସହ ଚତୁର୍ଥ ଓ୍ଵିକେଟରେ ୧୬୫ ରନ ଯୋଡ଼ି ଭାରତକୁ କେବଳ ସଙ୍କଟରୁ ଉଦ୍ଧାର କରି ନ ଥିଲେ ବରଂ ମ୍ୟାଚକୁ ଜିତାଇଥିଲେ।

କୋହଲି ଏହି ମ୍ୟାଚରେ ଶତକରୁ ୧୫ ଦନରେ ଦୂରରେ ରହିଯାଇଥିଲେ ହେଁ ତାଙ୍କର ଏହି ଇନିଂସ ସର୍ବଦା ସ୍ମରଣୀୟ ହୋଇ ରହିବ। ଏହି ଇନିଂସ ଦମରେ ବିରାଟ କୋହଲି ଦୁନିଆର ସବୁଠୁ ସଫଳ ଚେଜ୍ ମାଷ୍ଟରର ଟାଇଟଲ୍ ମଧ୍ୟ ନିଜ ନାମରେ କରିଛନ୍ତି। କୋହଲି ସଚିନ ତେନ୍ଦୁଲକରଙ୍କ ୨ ବଡ଼ ରେକର୍ଡକୁ ଧ୍ଵସ୍ତ କରିଛନ୍ତି।

ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ଦିନିକିଆ କ୍ରିକେଟରେ ସଫଳତାର ସହ ବିଜୟ ଲକ୍ଷ୍ୟ ପିଛା କରିବାରେ ସର୍ବାଧିକ ରନ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ମାତ୍ର କୋହଲି ଏହି ମ୍ୟାଚରେ ୮୫ ରନର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଦିନିକିଆ କ୍ରିକେଟରେ ବିଜୟ ଲକ୍ଷ୍ୟ ସଫଳତାର ସହ ପିଛା କରିବାରେ କୋହଲି ୫୫୧୭ ରନ କରିଛନ୍ତି। ଆଉ ବ୍ୟାଟିଂ ହାର ୮୮.୯୮ ଅବିଶ୍ଵସନୀୟ ରହିଛି। ଅନ୍ୟପଟେ ସଚିନ ନିଜ କ୍ୟାରିୟରରେ ୫୫.୪୫ ହାରରେ ୫୪୯୦ ରନ କରିଛନ୍ତି।

୫୫୧୭ ରନ- ବିରାଟ କୋହଲି, ୯୨ ଇନିଂସ, ହାର ୮୮.୯୮
୫୪୯୦ ରନ- ସଚିନ ତେନ୍ଦୁଲକର, ୧୨୪ ଇନିଂସ, ହାର ୫୫.୪୫
୪୧୮୬ ରନ- ରିକି ପଣ୍ଟିଂ, ୧୦୪ ଇନିଂସ, ହାର ୫୭.୩୪
୩୯୮୩ ରନ- ରୋହିତ ଶର୍ମା, ୮୯ ଇନିଂସ, ହାର ୬୩.୨୨
୩୯୫୦ ରନ- ଜ୍ୟାକ କାଲିସ, ୧୦୦ ଇନିଂସ, ହାର ୫୬.୪୨

ବିରାଟ କୋହଲି ନିଜର ଏହି ଇନିଂସ ବଳରେ ଆଇସିସି ସୀମିତ ଓଭର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନହାସଲକାରୀ ବ୍ୟାଟର ହୋଇଛନ୍ତି। ସେ ଏଥିରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସଚିନ ନିଜ କ୍ୟାରିୟରରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ୫୮ ଇନିଂସରେ ୨୭୧୯ ରନ କରିଥିଲେ। ମାତ୍ର ଏବେ କିଙ୍ଗ କୋହଲି ସଚିନଙ୍କୁ ଟପିଛନ୍ତି। କୋହଲି ୬୪ଟି ଇନିଂସରେ ୨୭୮୫ ରନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ