Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ଶିଶୁ ବାଳିକା ଦିବସ ଉପଲକ୍ଷେ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ ବାଳିକା ଦିବସ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ସ୍ଥାନୀୟ କଦଳିମୁଣ୍ଡା ଉନ୍ନୀତ ପ୍ରାଥମିକ ବଦ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨ ଶହରୁ ଅଧିକ ଛାତ୍ରିଛାତ୍ର ଯୋଗଦାନ କରିଥିବା ବେଳେ ରଚନା, ବତ୍କୃତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବର୍ଗ ରଚନାରେ ଅର୍ଚ୍ଚିତା ସାହୁ, ବତ୍କୃତାରେ ଅର୍ଚ୍ଚନା ମେଣ୍ଡଳି, ଚିତ୍ରାଙ୍କନ ରେ ଅର୍ଚ୍ଚିତା ମେଣ୍ଡେଲି ପ୍ରଥମ ହୋଇଥିବା ବେଳେ ବରିଷ୍ଠ ବର୍ଗ ନବମ ରୁ ଦ୍ଵାଦଶ ଶ୍ରେଣୀ ରଚନାରେ ଅଂଶୁ ଠାକୁର, ବକୃତା ସୁପ୍ରିୟା ବାଘ ଏବଂ ଚିତ୍ରାଙ୍କନରେ ଅର୍ଚ୍ଚନା ଦାଶ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଇଓ ରୁକ୍ମଣ କୁମାର ପ୍ରଧାନ, ଏବିଇଓ ଦେବକୀ ନାଏକ, ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପ୍ରଧାନ, ଆଞ୍ଚଳିକ ସାଧନ ସଂଯୋଜକ ଆନନ୍ଦ ଚନ୍ଦ୍ର ସାହୁ, ଯକ୍ତା ପ୍ରଧାନ, ରାମଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା କରେଇଥିଲେ।