Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେମିଳିଗୁଡାରେ କୋରାପୁଟ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର କାର୍ଯ୍ୟକ୍ରମ

ସେମିଲିଗୁଡା କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଉପସ୍ଥିତ ରହି ଦୁଇ ଘଣ୍ଟା ମଧ୍ୟରେ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ସେମିଳିଗୁଡ଼ା ବିଡ଼ିଓ ଲଷ୍ମୀନାରାୟଣ ସାଭତଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ସମେତ, ପ୍ରକଳ୍ପ ନିର୍ଦ୍ଧେଶକ ଗୌରବ ଶିବାଜୀ ଇସଲଓ୍ଵାର୍,ନୂତନ ପବେଶନାଲ ଅଫିସର,ସେମିଳିଗୁଡ଼ା ତହସିଲଦାର ଜ୍ୟାତିରାଣୀ ରଥ, ସେମିଳିଗୁଡ଼ା ପୋରେଷ୍ଟ ରେଞ୍ଜର ତ୍ରିପତି ପଣ୍ଡା, ସେମିଳିଗୁଡ଼ା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶିବା ବାଙ୍ଗାରି, ସେମିଳିଗୁଡ଼ା ଜୋନ-୧ ଜିଲ୍ଲା ପରିଷଦ ଯୋଶୁଦା ଖିଲ, ଜିଲ୍ଲା ପରିଷଦ ଜୋନ-୨ ମୋହନ ଜାନି ଉପସ୍ଥିତ ଥିଲେ।ଏଥିରେ ସମୁଦାୟ ୧୭ ଗୋଟି ପଞ୍ଚାୟତର ଅଭିଯୋଗ ଆସିଥିବା ବେଳେ ନିଜ ନିଜ ବ୍ୟକ୍ତିଗତ ଓ ବିଭିନ୍ନ ଅଭିଯୋଗ ରହିଥିଲା।ଏହି କାର୍ଯ୍ୟକ୍ରମରେ ଶିକ୍ଷା,ପାନିୟ ଜଳ,ରାସ୍ତାଘାଟ, ଲୁଙ୍ଗୁରି ମୌଜା ଖାତା ନମ୍ବର 27 ଜମିପଟା ଜାଳିଆତି,ଭତ୍ତା, ଆବାସ ଯୋଜନା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ବାର୍ଦ୍ଧକ୍ୟ ଭତ୍ତା,ଲେଞ୍ଜିଗୁଡା ସରକାରୀ ସ୍କୁଲ,ଚାରଙ୍ଗୁଲ କମିନିଟି ହୋଲ, ମୁଖୀବିଡ଼େଇ କମିନିଟି ହୋଲ, ସୁବାଇ ଠାରେ ଜିଓ ଟାୱାର ଉଦଘାଟନ, ମୋ ଘର ଯୋଜନା, କୋଲବର୍ଟ ନିର୍ମାଣ, ଉପରେ ଜଣ ଶୁଣାଣି ହୋଇଥିବା ବେଳେ ଶେଷ ଅଭିଯୋଗ ଶୁଣାଣୀରେ ପାକୁଝଲାଗ୍ରାମ ପଞ୍ଚାୟତ ର ଲୁଙ୍ଗୁରି ମୌଜା ଖାତା ନମ୍ବର ୨୭ (ଆର ଓ ଆର) ରେକର୍ଡ ଜମି ପଟା କୋଲମ ଟୁ ଚେଞ୍ଜ କରାଯାଇଥିବା ଝିଅ ମାନଙ୍କ ନାଁ ନଥିବା, ଓ ଲିଗାଲ ହାଇଆର କରି ପୁଅ ମାନଙ୍କ ନାଁ ରେ ଦର୍ଶାଇ ଜାଳି ଆତି ପଟା କରି ପୂର୍ବ ପୁରୁଷ ଜମି କୁ ଭାଇ ମାନେ ନିଜ ନାଁରେ ଜମିପଟା କରିଥିବା ତିନି ଭଉଣୀ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏହି ଜମି ପଟା ରେ ତିନି ଭଉଣୀଙ୍କ ନାଁ ନଥିବା ରୁ ସେମାନଙ୍କ ନାମ ହେଉଛି, (୧)ସୁବର୍ଣ୍ଣ ମୁଠାଇ,ସ୍ୱର୍ଗତ ପିତା ଜୟ ଖରା,(୨) ପ୍ରଭାବତୀ ମହାନନ୍ଦିଆ, ସ୍ୱର୍ଗତ ପିତା ଦାମ ଖରା,(୩) ଚମ୍ପା ଦୁରୀଆ,ସ୍ୱର୍ଗତ ପିତା ଦାମ ଖରା ଏହି ତିନି ଝିଅକୁ ଛାଡି କୋଲମ ପରିବର୍ତ୍ତନ କରି ଥିବା ନେଇ ପୁଅଙ୍କ ନାଁ ରେ ଦର୍ଶାଇ ନିଜ ଧର୍ମ କୁ (ଏସ୍ ସି) ଜାତିକୁ ଜେନେରାଲ ଜାତି କରି ଜାଳି ଆତି କରିଥିବା ନେଇ ନ୍ୟାୟ ପାଇବା ପାଇଁ ତିନି ଭଉଣୀ ଉପ ଜିଲ୍ଲାପାଳଙ୍କ ପାଖରେ
ଉତ୍ତରଅଧିକାରୀ ପାଇଁ ଦାବି ଉପସ୍ଥାପନା କରିଛନ୍ତି। ବହୁ ବାର ତହସିଲ କାର୍ଯ୍ୟଳୟରେ ଅଭିଯୋଗ ଦେଉଥିବା ସତ୍ବେ ସୁଫଳ ମିଳି ନ ଥିବା ଉପ ଜିଲ୍ଲାପାଳଙ୍କ ପାଖରେ ଜନ ଶୁଣାଣୀରେ ଦାବି ପତ୍ର ଦେଇଥିଲେ।ଏହି ଜନ ଶୁଣାଣୀ ଶିବିରରେ ବ୍ଲକ କାର୍ଯ୍ୟଳୟର (ଜି ପି ଓ) କେ.କେଶବ,୧୭ ଗୋଟି ପଞ୍ଚାୟତର ସମିତି ସଭ୍ୟ ସମେତ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ