Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ ରେ କିଏ ହାତେଇବ ପଦ୍ମପୁର ବିଧାନସଭା : ପଦ୍ମପୁର ଦେଖିବ ତ୍ରିମୁଖୀ ଲଢ଼େଇ

ବରଗଡ଼,10/10-ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ। ଗାଁ ଗାଁ ରେ ଜମିଲାଣି ନେତା ତଥା ଆଶାୟୀଙ୍କ ପ୍ରଚାର। ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ଦଳ ମଧ୍ୟରେ ଜୋରଦାର ଚାଲିଛି ସ୍ଥିତି ଜାହିର ପ୍ରଚାର l ଆମ ଆଦମୀ ଦଳର ଜିଲ୍ଲାସ୍ତରୀୟ ନେତା ମଧ୍ୟ ଚଲଚଞ୍ଚଳ ହେଉଥିବା ଦେଖିବାକୁ ମିଳିଲାଣି l ଗାଁ କୁ ଗାଁ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ ଆରମ୍ଭ ହୋଇ ଯାଇଛି । ନିଜ ନିଜ ଦଳକୁ ମଜଭୁତ ଓ ପାର୍ଟି ର ମୁଖିଆଙ୍କ ହାତମୁଠା କୁ ଟାଣ କରିବାକୁ ଲାଗି ପଡିଛନ୍ତି ନେତା l ଜୁଆଡେ ଦେଖିବେ ରାଜନୈତିକ ମାହୋଲ ଠିଆ ହେବାକୁ ବସିଲାଣି l ନେତା ଏବେ ଗାଁ ମୁଖା l ଶାସକ ବିଜେଡ଼ି ଦଳର ନେତା ବିଭିନ୍ନ ଯୋଜନା ର ସଫଳ ରୂପାୟନ କରି ବିକାଶ କଥା କହୁଥିବା ବେଳେ ବିଜେପି କେନ୍ଦ୍ର ସରକାର ଙ୍କ ନଅ ବର୍ଷ ପୂର୍ତ୍ତିରେ କ୍ଷେତ୍ରରେ କେତେ ପହଞ୍ଚି ପାରିଛି ବଖାଣୁଛନ୍ତି l ତେବେ କଂଗ୍ରେସ ବି ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସହ ମିଶି ସେମାନଙ୍କ ହାତରେ ହାତ ମିଳାଉଛି l
ଆମେ କହୁଛୁଁ ଓଡିଶା ବିଧାନସଭା ତଥା ବରଗଡ଼ ଲୋକସଭା ଅନ୍ତର୍ଗତ ପଦ୍ମପୁର ନିର୍ବାଚନ ମଣ୍ଡଳୀ କଥା l
ଏଠି ନିକଟରେ ସରିଛି ଏକ ତରଫିଆ ଉପ ନିର୍ବାଚନ l ତେବେ ଆସନ୍ତା 2024 ସାଧାରଣ ନିର୍ବାଚନ ଏକ ତାରଫିଆ ନ ହୋଇ ତ୍ରିମୁଖୀ ଲଢେ଼ଇ ହେବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି ।
ଗତ ଉପନିର୍ବାଚନ ରେ ବିଧାୟିକା ବର୍ଷା ସିଂ ବରିହା ରେକର୍ଡ ସଂଖ୍ୟକ 42679 ଭୋଟ୍ ବ୍ୟବଧାନରେ ବିଜେପିର ପ୍ରଦୀପ ପୁରୋହିତ ଙ୍କୁ ହରାଇ ବିଜୟୀ ହୋଇଥିଲେ । 2024 ସାଧାରଣ ନିର୍ବାଚନରେ ମଧ୍ୟ ରେକର୍ଡ ଭୋଟ୍ ରେ ବିଜୟୀ ହେବେ ବୋଲି ତାଙ୍କ ଦଳର କର୍ମୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଅନ୍ୟ ପଟେ କଂଗ୍ରେସ ମଧ୍ୟ ଗାଁ ଗାଁ ରେ କର୍ମି ସମ୍ମିଳନୀ, ମିଶ୍ରଣ ପର୍ବ କରୁଛି l ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ କିଏ ହେବେ ,ତାହା ଏ ଯାଏଁ ସ୍ୱଷ୍ଟ ଜଣା ପଡି ନାହିଁ l ତଥାପି କସରତରେ ଆଗେଇ ଚାଲିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପୁତୁରା ଟଙ୍କଧର ସାହୁ। ଅନ୍ୟ ପଟେ ବିଜେପି ର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଗାଁ ଗାଁ କୁ ଯାଇ ଲୋକଙ୍କ ସହ କଥା ବାର୍ତ୍ତା ହୋଇ ସମସ୍ୟା ବୁଝୁଛନ୍ତି। ଲୋକଙ୍କ ଅଭାବ ଅସୁବିଧା ଦୁଃଖ ସୁଖରେ ଛିଡ଼ା ହେଉଛନ୍ତି l ଗାନ୍ଧୀଜୟନ୍ତୀ ରେ କିଛି ଲୋକଙ୍କୁ ବିଜେପି ରେ ସାମିଲ କରି ପାଲିଛନ୍ତି ସ୍ୱଚ୍ଛତା ହିଁ ଶ୍ରମ ଶପଥ l ବିଜେପିକୁ ପୂର୍ବ ସ୍ଥିତି କୁ ଫେରାଇ ଆଣି ଆସୁଥିବା ନିର୍ବାଚନ ମଇଦନରେ ଦୃଢ଼ ମୁକାବିଲା କରିବେ ବିରୋଧୀକୁ l କିନ୍ତୁ ସମସ୍ୟା ଘେରରେ ପଦ୍ମପୁର। ଗତ ଉପନିର୍ବାଚନରେ ନେତା ମାଳମାଳ ଦେଖିଛି ଏଠାକାର ଭୋଟର। ପ୍ରତିଶ୍ରୃତି ଉପରେ ପ୍ରତିଶ୍ରୃତି ଶୁଣିଛି ଏଇ ଭୋଟର । କିଏ ଦେଇଛି ରେଳ ଲାଇନ ପ୍ରତିଶ୍ରୃତି ତ କିଏ ଦେଇଛି ପଦ୍ମପୁର ଜିଲ୍ଲା ମାନ୍ୟତା। ହେଲେ ଏଯାଏଁ ସ୍ଵଷ୍ଟ ହୋଇ ନାହିଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପନିର୍ବାଚନ ପ୍ରତିଶୃତି l ଏପଟେ ଚାଷୀ ଅନଶନରେ ଦିର୍ଘ ୩୧୦ ଦିନ ହେଲା ବସିଛି ତାର ନ୍ୟାର୍ଯ୍ୟ ଦାବି ହାସଲରେ।ଉପନିର୍ବାଚନ ନ ହେବା ପୂର୍ବରୁ ଚାଷୀ ତାର ନ୍ୟାର୍ଯ୍ୟ ଦାବି ପାଇଁ ଆଜି ପର୍ଯ୍ୟନ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ତଳେ। କିଏ ଶୁଣୁଛି କାହାର କଥା ଭଳି ଚାଷୀଙ୍କୁ ଅନାଉ ନାହିଁ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର। ନିର୍ବାଚନ ପୂର୍ବରୁ ଦେଇଥିବା ପଦ୍ମପୁର ଜିଲ୍ଲା ମାନ୍ୟତା ପ୍ରତିଶ୍ରୃତି ଯଦି ପୂରଣ ନ କରନ୍ତି ତେବେ ଏଠି ବିଜେପି ଦଳ ନିଶ୍ଚିତ ବାଜିମାତ କରିବ ବୋଲି ରାଜନୈତିକ ବିଶ୍ଳେଷଣ ମାନେ ଆକଳନ କରିଛନ୍ତି। ହେଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଜନତା କାହା ମୁଣ୍ଡରେ ସୁନାର କଳସ ଢ଼ାଳିବେ, ତାହା ଆଗକୁ ଥିବା ନିର୍ବାଚନ ଫଳାଫଳ କହିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ