Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖାଦ୍ୟ ଯୋଗାଣ କମିଶନଙ୍କ ଅଚାନକ ସରକାରୀ ଉଚ୍ଚ ବିଦ୍ୟାଳୟ ଷଣ୍ଢପଥର ପରିଦର୍ଶନ ଓ ସମୀକ୍ଷା

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଷଣ୍ଢପଥର କୁ ଆଜି ଅଚାନକ ଭାବେ ଖାଦ୍ୟ ଯୋଗାଣ କମିଶନର ଅବନିକାନ୍ତ ସାହୁ ପରିଦର୍ଶନ କରିଥିଲେ। ସାଙ୍ଗରେ ଉପ-ଜିଲ୍ଲାପାଳ କୁଚିଣ୍ଡା ବିଭୂତି ଭୂଷଣ ନାଏକ, ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ତହସିଲଦାର ଜମନକିରା ବ୍ରଜ କିଶୋର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୀତାଞ୍ଜଳି ମହାପାତ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାୟକ, ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶ୍ରର୍ଯ୍ୟ ନାୟକ ପ୍ରମୁଖ ଙ୍କ ସମେତ ଜିଲ୍ଲା, କୁଚିଣ୍ଡା ଉପଖଣ୍ଡ ଓ ଜମନକିରା ବ୍ଲକ ବିଭିନ୍ନ ଲାଇନ ବିଭାଗର ଅଧିକାର ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟର ଛାତ୍ରୀ ନିବାସ, ବିଦ୍ୟାଳୟ, ଶୈଖିକ ଓ ସହ-ସୈଖିକ ବିଷୟରେ ପ୍ରଧାନ ଶୀକ୍ଷକ ରାଜେନ୍ଦ୍ର କୁମାର ଜଗତଙ୍କ ସହିତ ଆଲୋଚନା କରିବା ସହିତ ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଜଗତ ପାଣି ଓ ବିଦ୍ୟୁତ୍ ସମସ୍ୟା ବିଷୟରେ ଅବଗତ କରିଥିଲେ। କମିଶନର ଶ୍ରୀ ସାହୁ ପ୍ରଧାନ ଶିକ୍ଷକଙ୍କ ପରିଚାଳନା, ଦକ୍ଷତା, ବାଗ୍ମୀତା, ସୁନ୍ଦର ବାତାବରଣ କୁ ଦେଖି ଏଭଳି ବିଦ୍ୟାଳୟ ଏବଂ ପ୍ରଧାନ ଶିକ୍ଷକ ଶ୍ରୀ ଜଗତଙ୍କ ଭଳି ଦକ୍ଷ ପ୍ରଧାନ ଶିକ୍ଷକ ଦେଖିନଥିବା ପ୍ରକାଶ କରିବା ସଙ୍ଗେ ସଙ୍ଗେ ଭୂୟସୀ ପ୍ରଶଂସା କରିଥିଲେ।