ସ୍ଵନ୍ଦନ ଆଞ୍ଚଳିକ ଯୁବକ ସଂଘ ଗୋଡ଼ଭଗା ପକ୍ଷରୁ ନୂଆଁଖାଇ ଭେଟଘାଟ : ମାନବୀୟ ପ୍ରକୃତିର ଅବକ୍ଷେୟ ହେଉଛି


ଅତାବିରା ,14/10- ପରସ୍ୱର ମଧ୍ୟରେ ସମ୍ପର୍କର ମଧୁରତା, ନିବିଡ଼ତା ଆଜିଆଉ ଦେଖିବାକୁ ମିଳୁନାହିଁ l ସମାଜରେ ଚରିତ୍ର ବଦଳି ଯାଉଛି l ମାନବୀୟ ପ୍ରକୃତିର ଅବକ୍ଷେୟ ହେଉଛି l ଦିନେ ନୂଆଁଖାଇ ରେ ବାହାରେ ଚାକିରୀ କରୁଥିବା ପୁଅ ବୋହୂ ଘରକୁ ଆସୁଥିଲେ, ହେଲେ ଆଜି ମାଆବାପା ସେମାନଙ୍କ ପାଖକୁ ଯାଉଛନ୍ତି l ଏପରି ହେଲେ ଆଗାମୀ 10ବର୍ଷ ପରେ ଓଡିଶା ରେ ଆଉ ନୁଆଁଖାଇ କେହି ପାଳନ କରୁ ନଥିବେ ଏହା ବାହାରକୁ ଚାଲିଯିବ l ପୂର୍ବ ସ୍ଥିତି ଫେରାଇବାକୁ ହେବ l ସ୍ୱାଭାବିକ ଖାଦ୍ୟ, ବସ୍ତ୍ର, ଭାଷା ଓ ଚରିତ୍ର ଫେରାଇବାକୁ ହେବ l ସମ୍ବଲପୁରୀ କୋଶଳୀ କହି ନିଜ ନିଜ ଭିତରେ ଲଢେଇ ନ ହୋଇ ସାମୂହିକ ଲଢ଼ିବା କଥା l 40 ବର୍ଷ ପୂର୍ବେ ଥିବା ଆମ ସଂସ୍କୃତି, ପରମ୍ପରା, ଚରିତ୍ର ଓ ସ୍ଵଭାଵ ଫେରାଇ ଅଣାଯାଉ ବୋଲି ଶନିବାର ଗୋଡ଼ଭାଗା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ 26 ଦିନର ସ୍ଵନ୍ଦନ ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ନୁଆଁଖାଇ ଭେଟଘାଟରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ସଂଘର ସଭାପତି ସୁନୀଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ମୁଖ୍ୟଅତିଥି, ରେଙ୍ଗାଲି ବିଧାୟକ ନାଉରୀ ନାୟକ ସଂମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନର ବଲକୃଷ୍ଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଶାନ୍ତ କୁମାର ଶତପଥି ଉଦ୍ଧେଶ୍ୟ ଓ ନୂଆଁଖାଇ ଭେଟଘାଟର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ l ସଭାପ୍ରାରମ୍ଭରେ ମାଁ ସମଲେଇ ଙ୍କ ଫଟୋ ଚିତ୍ରରେ ଦୀପପ୍ରଜ୍ଜଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି 38ଜଣ ବୟୋଜ୍ୟେଷ୍ଠ ଙ୍କୁ ଫୁଳଚନ୍ଦନ ଦେଇ ପୂଜ୍ୟପୂଜା ରେ ସମ୍ବର୍ଦ୍ଧିତ କରାଯାଇଥିଲା l ଅଞ୍ଚଳର ବିଭିନ୍ନ ସ୍କୁଲ କଲେଜ ଓ ସମ୍ବଲପୁର ୟୁନିର୍ଭାସିଟି ର 31ଜଣ ମେଧାବୀ ଛାତ୍ରୀଛାତ୍ର ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l ହାସ୍ୟକବି ସମ୍ମିଳନୀ ରେ ହାସ୍ୟ କବିତା ପାଠକରାଯାଇଥିଲା l ସଂସ୍କୃତିକ କାର୍ଯ୍ୟକ୍ରମ ରେ ଗୋଡ଼ଭଗା ସାରସ୍ୱତ ମହାବିଦ୍ୟାଳୟ, ଆଦର୍ଶ ସ୍କୁଲର ଛାତ୍ରୀମାନେ ଓ ଏକକ ନୃତ୍ୟରେ ସୁଶ୍ରୀ ଅନୁଷ୍କା ମିଶ୍ର ନୃତ୍ୟପରିବେଷଣ କରିଥିଲେ l ସଂଘର ସଦସ୍ୟ ଅକ୍ଷୟ କର୍ଣ୍ଣ ଧନ୍ୟବାଦ ଦେଇଥିଲେ l