Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଜେଡ ଏସ ଆଇ ରେ ଗବେଷକ ରହିଥିବା ଛାତ୍ର ଙ୍କ ଡେଙ୍ଗୁ ରେ ମୃତ୍ୟୁ !

ଗୋପାଳପୁର, ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ର ଜଣେ ଗବେଷକ ଙ୍କ ଡେଙ୍ଗୁ ରେ ଶୁକ୍ରବାର ଦିନ ବଲାଙ୍ଗୀର ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଗବେଷକ ଜଣଙ୍କ ବଲାଙ୍ଗୀର ସହରର ଜତିନ୍ଦ୍ର ପଟେଲ ଙ୍କ ପୁଅ ରଜତ ପଟେଲ (୨୮ )।ମୃତକ ଗବେଷକ ଜଣଙ୍କ ରେଭେନ୍ସା ରେ ପିଏଚଡ଼ି କରୁଥିବା ସହ ଗୋପାଳପୁର ସ୍ଥିତ ଜେଡ ଏସ ଆଇ ର ନିର୍ଦେଶକ ପ୍ରଫେସର ଅନିଲ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ ଗୋପାଳପୁର ରେ ରହି ଗବେଷଣା କରୁଥିଲେ।ସେ ଗତ ଏକ ବର୍ଷ ହେଲା ଜେଡ ଏସ ଆଇ ରେ ରହି ଗବେଷଣା କରୁଥିବା ବେଳେ ଗତ ଶୁକ୍ରବାର ବଲାଙ୍ଗୀର ରୁ ଗୋପାଳପୁର ଫେରିଥିଲେ। ଶନିବାର ଦିନ ଜ୍ବର ହେବାରୁ ସୋମବାର ଡେଙ୍ଗୁ ପରୀକ୍ଷା କରିଥିଲେ। ରିପୋର୍ଟ ରେ ଡେଙ୍ଗୁ ପଜିଟିଭ ବାହାରିବା ପରେ ତୁରନ୍ତ ବଲାଙ୍ଗୀର ନିଜ ଘରକୁ ଫେରି ଯାଇଥିଲେ। କିନ୍ତୁ ଶୁକ୍ରବାର ଅପରାହ୍ନରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା।ଘଟଣା ଜଣା ପଡ଼ିବା ପରେ ଗୋପାଳପୁର ଜେଡ ଏସ ଆଇ ପରିସରରେ ଶୋକରେ ଛାୟା ଖେଳିଯାଇଛି । ସୂଚନାଯୋଗ୍ୟ ଯେ ମୃତକ ରଜତ ଏହା ମଧ୍ୟରେ ଓପିଏସସି ପକ୍ଷରୁ ଅନୁଷ୍ଠିତ ସହକାରୀ ପ୍ରଫେସର ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସହ ନୂତନ ନିଯୁକ୍ତି ପାଇଥାନ୍ତେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ