Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଷ୍ଟ୍ରିଟଲାଇଟ ଦିନ ରାତି ଜଳୁଛି

କଳାହାଣ୍ଡି, ୧୫/୧୦ (ଜଗନ୍ନାଥ ନାଏକ) : ରାଜ୍ୟ ସରକାର ସର୍ବସାଧାରଣଙ୍କ ପାଇଁ ପ୍ରତ୍ୟେକ ଗାଁର ଜନଗହଳି ସ୍ଥାନ ଛକ ଓ ରାସ୍ତାକଡ଼ରେ ଷ୍ଟ୍ରିଟ ଲାଇଟ ବା ସୋଲାର ଲୋଡ଼ ଷ୍ଟ୍ରିଟ ମାଧ୍ୟମରେ ଆଲୋକୀକରଣ ବ୍ୟବସ୍ତା କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କୋକସରା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ମଧ୍ୟ ଏହି ବ୍ୟବସ୍ତା ହୋଇଛି, ହେଲେ ସଚେତନତା ଅଭାବ ଓ ସଠିକ ଭାବେ ପରିଚାଳନା କରାଯାଉ ନ ଥିବାରୁ ବଭିନ୍ନ ସ୍ଥାନରେ ଲାଗିଥିବା ଏହି ଷ୍ଟ୍ରିଟ ଲାଇଟ ଗୁଡିକ ରାତି ଦିନ ଅହରହ ଜଳୁଛି । ଯାହାଫଳରେ ହଜାର ହଜାର ଟଙ୍କା ବିଦ୍ୟୁତ କମ୍ପାନୀକୁ ବିଲ ପୈଠ କରିବାକୁ ପଡୁଛି । ପ୍ରଶାସନ ବେଖାତିର ମନୋଭାବ ଯୋଗୁଁ ପ୍ରତିମାସରେ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି । ବ୍ଲକସଦର ମହକୁମା ମୁଖ୍ୟ ରାସ୍ତାରେ ଲାଗି ଥିବା ଏଲଇଡ଼ି ଲାଇଟ ଦିନ ରାତି ଅହରହ ଜଳୁଥିବା ବେଳେ ଅଧିକାଂଶ ସ୍ଥାନରେ ସ୍ଥିତି ମଧ୍ୟ ସମାନ । ଏହି ବିଦ୍ୟୁତ ବିଲ ଗୁଡିକ ପଞ୍ଚାୟତ ପାଣ୍ଠିରୁ ପୈଠ କରାଯାଉଥିବା ବେଳେ ପରିଚାଳନାଗତ ତୃଟି ଯୋଗୁଁ ସାଧାରଣ ଲୋକଙ୍କ ଅର୍ଥ ଅପଚୟ ହେଉଛି । ଏଣୁ ସଠିକ ଭାବରେ ପରିଚାଳନା କରାଯାନ୍ତା ତେବେ ଅପଚୟ ହେଉଥିବା ବିଦ୍ୟୁତକୁ ରୋକାଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।