Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିଳା ଙ୍କୁ ବିରଳ ରକ୍ତଦାନ କରି ଜୀବନ ବଞ୍ଚାଇଲେ ରକ୍ତଦାତା

ଭବାନୀପାଟଣା, ୧୫/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ର ଯମୁନା ଆଚାର୍ଯ୍ୟ (୭୭)ଙ୍କୁ ଭବାନୀପାଟଣା ର ମାଁ ମାଣିକେଶ୍ଵରୀ ମଲ୍ଟି ସ୍ପେସାଲିଟୀ ହସ୍ପିଟାଲ୍ ରେ ଭର୍ତି କରିଥିଲେ। ତାଙ୍କୁ ବିରଳ ‘ବି ନେଗେଟିଭ’ ଗ୍ରୁପ ର ରକ୍ତ ଅତ୍ୟନ୍ତ ଜରୁରୀ ଥିଲା ଏବଂ ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର୍ ଗ୍ରାମର ନକୁଲ ପ୍ରଗଣିଆ(୨୫)ଙ୍କୁ ‘ଓ ପଜେଟିଭ’ ଗ୍ରୁପ ର ରକ୍ତ ଜରୁରୀ ଥିଲା। ଏହି ଖବର ଜାଣିବା ପରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ ର ସକ୍ରିୟ ସଦସ୍ୟ ଅଜିତ କୁମାର ସାହୁ ‘ବି ନେଗେଟିଭ’ ଆଉ ଲଲିତ ମାଝୀ ‘ଓ ପଜେଟିଭ’ ଗ୍ରୁପ ର ଜିଲ୍ଲା ରକ୍ତ ଭଣ୍ଡାର କୁ ଯାଇ ରକ୍ତଦାନ କରିଥିଲେ। ଏବଂ ସ୍ୱେଚ୍ଛାସେବୀ ମିଲନ କୁମାର ଭୋଇ ରକ୍ତ ଯୋଗାଡ କରିବାରେ ସହଯୋଗ କରିଥିଲେ । ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାର ର କର୍ମଚାରୀ, ଅଜିତ କୁମାର ନାଏକ, ସରୋଜ କୁମାର ମହନ୍ତ, ଶମ୍ଭୁ ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସାହଯ୍ୟ କରିଥିଲେ। ଏହି ପରି ମହତ୍ କାର୍ଯ୍ୟ କରି ଜୀବନ ବଞ୍ଚେଇଥିବାରୁ ଦୁଇ ରକ୍ତଦାତା ଙ୍କୁ ବିଭିନ୍ନ ମହଲରେ ପ୍ରଶଂସାର ବାର୍ତ୍ତା ଛୁଟୁଛି।