Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କିଶୋରୀ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଏକ ତାଲିମ ଶିବିର

ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ରାଜୀବ ଭବନ ସଭା ଗୃହରେ ଆଜି ରବିବାର ଦିନ ସିଡି ସଂସ୍ଥା ଏବଂ କୈଳାସ ସତ୍ୟାର୍ଥୀ ଚିଲ୍ଡରେଂସ ଫାଉଣ୍ଡେସନ ପକ୍ଷରୁ ୬୦ ଜଣ କିଶୋରୀ କିଶୋର ମାନଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଉପରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଡ଼ା: ରାଜାରାମ ଷଡ଼ଙ୍ଗୀ ତାଲିମ ଦାତା ଭାବେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାସିକ ଋତୁସ୍ରାବ ସମୟର କିଭଳି ନିଜର ଯତ୍ନ ନେବା, ସବୁଜ ପନିପରିବା ଆମ ଶରୀର ପାଇଁ କେତେ ଆବଶ୍ୟକ, ବାଲ୍ୟ ବିବାହ ଦ୍ଵାରା ହେଉଥିବା ଅସୁବିଧା ବିଷୟରେ ଆଲୋଚନା କରା ଯାଇଥିଲା ଏବଂ ବାଲ୍ୟ ବିବାହ ନିରାକରଣ ପାଇଁ ସମସ୍ତେ ଶପଥ ପାଠ କରିଥିଲେ। ଏହି ଅବସରରେ ସମୀର ମହାମଳ୍ଳିକ, ଭୁବନେଶ୍ୱର ଦ୍ବିବେଦୀ, ପ୍ରଶାନ୍ତ କୁମାର ପ୍ରଧାନ, ପ୍ରଦୀପ୍ତ ପ୍ରଧାନ ପ୍ରମୁଖ ସିଡି ର କର୍ମକର୍ତ୍ତା ସହଯୋଗ କରିଥିଲେ।