Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁର୍ମୀ କ୍ଷତ୍ରୀୟ କର୍ମକର୍ତ୍ତା ଚୟନ

କଳାହାଣ୍ଡି, ୧୫/୧୦ (ଜଗନ୍ନାଥ ନାଏକ) : ଆଜି ରବିବାର ଦିନ ସକାଳ ୧୦ ଘଣ୍ଟିକା ସମୟରେ ଆମ ୮ ନ ଗ୍ରାମ୍ୟ ସଂସ୍ଥା କଣ୍ଟାବାଞ୍ଜି ଠାରେ ଏକ ନିର୍ବାଚନ ବୈଠକ ଅଞ୍ଚଳ ସଭାପତି ଶ୍ରୀ ଅସ୍ପିନ ପ୍ରଧାନ ଓ ସମ୍ପାଦକ ଭାବଗ୍ରାହୀ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି ।ପ୍ରାର ମ୍ଭିକ ସୂଚନା ଦେଇ ରାମଚନ୍ଦ୍ର ପ୍ରଧାନ ତଥ୍ୟ ପ୍ରଦାନ କରିଥିଲେ ଓ ଶ୍ରୀ ମଧୁସୂଦନ ପ୍ରଧାନ ବିଶେଷ ଭାବେ ସମାଜର ଲକ୍ଷ୍ୟ ଓ ଏକତା ବିଷୟରେ କହିଥିଲେ ।ଅଞ୍ଚଳ ସଭାପତି ପଙ୍ଖା ନୁ ପଙ୍ଖା ଭାବେ ସମାଜ ବିଶେଷତା ,ତଥା ଗଠନ ମୂଳକ କାର୍ଯ ବିଷୟରେ ଆଲୋଚନା କରିଥିଲେ ।ସମସ୍ତ ଗୃହ କର୍ତ୍ତା ପୁନର୍ବାର ଚଳିତ ସଭାପତି ଓ ସମ୍ପାଦକ ଙ୍କ କାର୍ଯ କଲାପରେ ସନ୍ତୁଷ୍ଟ ହୋଇ ମନୋନୀତ କରିଥିଲେ ।
ରାମଚନ୍ଦ୍ର ପ୍ରଧାନ (ସଭାପତି), ସୁଜିତ ପ୍ରଧାନ (ସମ୍ପାଦକ),
ମନୋଜ ପ୍ରଧାନ (ଉ,ସଭାପତି), ଯଦୁମଣି ପ୍ରଧାନ (କୋଷାଧ୍ୟକ୍ଷ), ସୁଧୀର ପ୍ରଧାନ (ଉ,ସମ୍ପାଦକ), ଶିଶିର ପ୍ରଧାନ (ସଭ୍ୟ), ଭିକାରି ପ୍ରଧାନ (ସଭ୍ୟ), ମନୋଜ ରାଉତ (ଯୁବ ସଭ୍ୟ), ସିଦ୍ଧେଶ୍ଵର ପ୍ରଧାନ (ଯୁବ ସଭ୍ୟ)
ସମସ୍ତ ନୂତନ ନିର୍ବାଚିତ ଙ୍କୁ ଶ୍ରୀ ଭାବଗ୍ରାହୀ ପ୍ରଧାନ ଶପଥ ପାଠ କରାଇ ଥିଲେ । ଉପସ୍ଥିତ ସମସ୍ତ ୮ନ ଗୃହ କର୍ତ୍ତା ମାନଙ୍କୁ ଅଭିନନ୍ଦନ ଦେଇ ସଭା କାର୍ଯ ସାଙ୍ଗ କରାଗଲା
ଜୟ ଶ୍ରୀ ଶିବାଜି ମହାରାଜ
ଜୟ ଶ୍ରୀ ସର୍ଦ୍ଦାର ପଟେଲ ଜି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ