Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ସହର ସ୍ଥାନୀୟ ଟାଉନ ହଲ ଠାରେ ସହର ଯାଦବ ସମିତି ଭବାନୀପାଟଣା ର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ

କଳାହାଣ୍ଡି, ୧୫/୧୦ (ଜଗନ୍ନାଥ ନାଏକ) : ଆଜି ରବିବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ ହଲ ଠାରେ ସହର ଯାଦବ ସମିତି ଭବାନୀପାଟଣା ର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଆତିଥି ରୂପେ ଶ୍ରୀମତୀ ସଂଯୁକ୍ତା ବେହେରା, ପୋୖରାଧ୍ୟକ୍ଷା ଭବାନୀପାଟଣା, ବିଶିଷ୍ଠ ଅତିଥି ରୁପେ ସଂଗୀତକାର ଶ୍ରୀଯୁକ୍ତ ସର୍ବେଶ୍ୱର ଭୋଇ, ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ନୃପରାଜ ଯାଦବ, ଅଧକ୍ଷ ବିଜ୍ଞାପିତ ପରିଷଦ, କେସିଙ୍ଗା , ରଶ୍ମିରେଖା ରାଉତ, ସଭାନେତ୍ରୀ, କଳାହାଣ୍ଡି ମହିଳା ଯାଦବ ମହାସଭା, ସୁଶ୍ରୀ ଶୁଭଲକ୍ଷ୍ମୀ ନାଏକ , ଉପସଭାନେତ୍ରୀ, ଉତ୍କଳ ଯାଦବ ମହାସଭା, ଶ୍ରୀଯୁକ୍ତ ସକିତ ରତେ, ଉପ ସଭାପତି, ଉତ୍କଳ ଯାଦବ ମହାସଭା, ଶ୍ରୀମତୀ ଇଲା ସେଲମା, ସମ୍ପାଦିକା, ଉତ୍କଳ ଯାଦବ ମହାସଭା, ମହିଳା ମୋର୍ଚ୍ଚା, ଶ୍ରୀଯୁକ୍ତ ନଳିନୀ ରାଉତ, ପୂର୍ବତନ ନଗର ସଭାପତି, ସହର ଯାଦବ ସମିତି, ମୁଖ୍ୟବକ୍ତା ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼, ଅଧ୍ୟକ୍ଷ, ଆତ୍ମା ଭବାନୀପାଟଣା ବ୍ଲକ, ଶ୍ରୀଯୁକ୍ତ କୀର୍ତ୍ତନ ନାଏକ, ସାଧାରଣ ସମ୍ପାଦକ ,ଉତ୍କଳ ଯାଦବ ମହାସଭା, ଶ୍ରୀଯୁକ୍ତ ରବୀନ୍ଦ୍ର ଲାଲ ଯାଦବ, ସଭାପତି ସହର ଯାଦବ ସମିତି ମଞ୍ଚସିନ ଥିଲେ l
ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯାଦବ ମାନଙ୍କ ମଧ୍ୟରେ ଭାତୃଭାବ ଏବଂ ସଂଗଠନ ପ୍ରତି ଆଗ୍ରହ ସୃଷ୍ଟିକରି ପରସ୍ପର ସାହାଯ୍ୟକରି ଯାଦବ ସମାଜକୁ ଶିକ୍ଷା,ସ୍ୱାସ୍ଥ୍ୟ, ଅର୍ଥନୈତିକ ଏବଂ ସ୍ୱାଭିମାନ ରକ୍ଷା କରି ସମାଜର ପ୍ରତ୍ୟେକ ସ୍ତରରେ ପରସ୍ପର ସାହାଯ୍ୟ ହେବା, ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଯାଦଵ ଙ୍କ ସାମ୍ବିଧାନିକ ଅଧିକାର ପାଇବା l
ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଥମେ ଦିବ୍ୟଙ୍ଗତ ଯାଦବ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ,ଜାପାନରେ ନିଜ କଳା ପ୍ରଦର୍ଶନ କରି ଫେରିଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସମସ୍ତ କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ସମସ୍ତ ମିଡ଼ିଆ ବନ୍ଧୁ ,ବରିଷ୍ଠ ଯାଦବ ସଂଗଠକ ,ମହିଳା ଯାଦବ ସଂକୀର୍ତ୍ତନ ମଣ୍ଡଳୀ ,ଯାଦବ ଵଜାସାଲ, ଫେନସି ଡ୍ରେସ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା କୁନି କୁନି କଳାକାର ଏବଂ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ କୁ ସଫଳ କରିଥିବା ସହର ଯାଦବ ସମିତି ର ସମସ୍ତ ସଦସ୍ୟ ଏବଂ ସଦସ୍ୟା ଙ୍କୁ ପ୍ରୋତ୍ସାହନ କରିବା ସହିତ ସହର ଯାଦବ ସମିତି ତରଫରୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମ ରେ କାର୍ତିକ ରାଉତ ,ସୁବ୍ରତ ରାଉତ ,ରଂଜିତା କେତକୀ ,ଶୀତଳ ରାଉତ,ଅର୍ଜୁନ ଭାଟି ,ଭକ୍ତ ଚରଣ ଦାସ, ସହଦେଵ ବାଗ,କୃଷ୍ଣ କଟା ,ମୋହନ ଲାଲ ରାଏ, ସଞ୍ଜୟ ଜାଲ, ଜଜାତି ନାଏକ, ଅଙ୍କୁର ଯାଦବ ,ଉମାକାନ୍ତ ବାଗ ,ଧବଳେଶ୍ୱର ବାଗ ,ଡମ୍ବରୁଧର ଛତ୍ରିଆ ,ରୋହଣି କାନ୍ତ ଚଲାନ ସୁଶୀଲ ଛତ୍ରିଆ, ମହେନ୍ଦ୍ର ରାଉତ,ଗିରିଜା ଗହୀର, ଶମ୍ଭୁ ବଗର୍ତି, ରୋଶନ ରାଉତ, ସୋମ୍ୟ ରଞ୍ଜନ ଗହୀର,ପ୍ରକାଶ ବନ୍ଦିଛୋର,ଦୁଃଖିଶ୍ୟାମ ଧଞ୍ଜଡ଼ାମାଝି ,ମୋହନ କୁମାର ବାଗ ,ରେଣୁକା ଛତ୍ରିଆ, ବବିତା ବିଶି ,ମିଥିଳା ରାଉତ,ସୁଶୀଲ ଛତ୍ରିଆ,ମନୋଜ ବାଗ,ଭୂମିସୁତା ଧଞ୍ଜଡ଼ାମାଝି, ସୁଷମା ଗୋପାଳ ,ନମିତା ବାଗ ,ସଂଦୀପ ବାଗ ,ଏବଂ ସହର ଯାଦବ ସମିତି ର ସମସ୍ତ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ l
ଶ୍ରୀଯୁକ୍ତ ପୀତବାସ ବେହେରା କାର୍ଯ୍ୟକାରୀ ସଭାପତି ସହର ଯାଦବ ସମିତି ମଞ୍ଚ ପରିଚାଳନା କରିଥିଲେ ,ଶ୍ରୀ ସତ୍ୟ ନାରାୟଣ ବିଶି ସାଧାରଣ ସମ୍ପାଦକ ସହର ଯାଦବ ସମିତି ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l