Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଶିବିର, ୩୯ ଅଭିଯୋଗ ଉପରେ ଶୁଣାଣି।

କୋକସରା:୨୬/୦୬ ସୋମବାର କଳାହାଣ୍ଡି ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର କୋକସରା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗ ଙ୍କ ସଭାପତିତ୍ୱ ରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ। ରେଡି,,ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୁଆନ,ଜିଲ୍ଲା ଯୋଗାଣ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଇନ୍ଦ୍ରାବତୀ ଓ ଉଠା ଜଳସେଚନ ବିଭାଗ, ପୁର୍ତ୍ତ ବିଭାଗ,ଗ୍ରାମ୍ୟ ଉନ୍ନୟନ ବିଭାଗ,ସମନ୍ୱିତ ଶିଶୁ ପ୍ରକଳ୍ପ ବିଭାଗ,ସମାଜ ମଙ୍ଗଳ ବିଭାଗ, ପଞ୍ଚାୟତି ରାଜ ବିଭାଗ, କୃଷି ଓ ଉଦ୍ୟାନ କୃଷି ବିଭାଗ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ବିଦ୍ୟୁତ ବିଭାଗ ସମେତ ଅନ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ନିକଟରେ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ୩୯ ହିତାଧିକାରୀଙ୍କ ଅଭିଯୋଗ ଶୁଣିବା ପରେ ସମାଧାନ କରିବାକୁ ଉପସ୍ଥିତ ବିଭାଗ ର ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।ମୋଟ ୩୯ ଟି ଅଭିଯୋଗ ଉପରେ ଶୁଣାଣି କରିଥିଲେ ପ୍ରଶାସନିକ ଅଧିକାରୀ। ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ କୁ ବ୍ଲକ ର ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।