Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁର୍ଘଟଣାରେ ଚାଲିଗଲା ଛାତ୍ରୀଙ୍କ ଜୀବନ, ସଦ୍‌ଗତି କାମନା କଲେ

କଳାହାଣ୍ଡି, ୧୭/୧୦ (ଜଗନ୍ନାଥ ନାଏକ) : ବିଜୁ ଏକ୍ସପ୍ରେସ ରାସ୍ତାର ଗୋଲାମୁଣ୍ଡା ବ୍ଲକ୍ ବୃନ୍ଦାବାହାଲ ଛକଠାରେ ଶନିବାର ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା। ଏକ ସ୍କୁଟିକୁ ହାଇଓ୍ବା ଧକ୍କା ଦେବାରୁ ଚାଲିଯାଇଥିଲା ଜଣେ ଛାତ୍ରୀଙ୍କ ଜୀବନ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀ ଜଣକ ହେଲେ କଲମପୁର ଥାନା ଅଞ୍ଚଳର ଟେମେରା ଗ୍ରାମର ଆକାଂକ୍ଷା ନାଏକ(୧୭)। ସେ କଲମପୁରସ୍ଥିତ +୨ ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଭାଗର ୨ୟ ବର୍ଷରେ ପଢୁଥିଲେ। ସୋମବାର ଏନେଇ +୨ ଅମୋହମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଓ ସମସ୍ତ ଛାତ୍ରଛାତ୍ରୀ ଆକାଂକ୍ଷାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ, ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଆକାଂକ୍ଷାଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଥିଲେ।