Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍‌:ଯାତ୍ରୀଙ୍କ ପାଇଁ ଖୁସି ଖବର

ଭବାନୀପାଟଣା, ୧୭/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍‌। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍‌। ମାସ ଶେଷ ସପ୍ତାହରେ ବସ୍‌ଗୁଡିକ କଳାହାଣ୍ଡିରେ ପହଞ୍ଚିବ। କଳାହାଣ୍ଡି ଜିଲାର ୧୩ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳକୁ ୫୦ଟି ବସ୍‌ ପ୍ରତ୍ୟହ ସ୍ଥାନୀୟ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରିବ। ସେହିପରି ସ୍ଥାନୀୟ ବ୍ଲକ ମୁଖ୍ୟାଳୟରୁ ୧୩ଟି ବସ୍‌ ପ୍ରତ୍ୟହ ଜିଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ କରିବ।
ଏହି ବସ୍‌ରେ ଯାତ୍ରା ପାଇଁ ଶୁନରୁ ୧୦ କି.ମି. ଯାଏଁ ଯାତ୍ରୀଙ୍କୁ ମାତ୍ର ୫ ଟଙ୍କା ଦେବାକୁ ପଡିବ। ସେହିପରି ୧୧-୨୦ କି.ମି. ୧୦ ଟଙ୍କା, ୨୧-୪୧ କି.ମି. ୧୫ଟଙ୍କା, ୪୧-୬୦ କି.ମି. ୨୫ ଟଙ୍କା ଓ ୬୧-୮୦ କି.ମି. ୩୦ଟଙ୍କା ଦେବାକୁ ପଡିବ। ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏହି ବସ୍‌ ପାଇଁ ଷ୍ଟପେଜ ବ୍ୟବସ୍ଥା ମଧ୍ୟ ରହିବ। ଏହାଦ୍ୱାରା ଯାତ୍ରୀମାନେ କମ୍‌ ଖର୍ଚ୍ଚାନ୍ତରେ ନିଜ ଅଞ୍ଚଳରୁ ଗନ୍ତବ୍ୟ ସ୍ଥଳକୁ ସୁବିଧାରେ ଯାତାୟାତ କରିପାରିବେ। ବସ୍‌ ଚଳାଚଳ କରିବା ପରେ ଜିଲାର ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡି ହେବ ବୋଲି କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଗତିକୃଷ୍ଣ ସାମନ୍ତରାୟ ପ୍ରକାଶ କରିଛନ୍ତି।