Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ କୋଟିଆ ର ଜଣେ ଯୁବକଙ୍କ ଆନ୍ଧ୍ରା ର ରାଜମୁଣ୍ଡରି ରାହୁଲ ପାଲମରେ ଥିବା ଘରଇ କମ୍ପାନୀ ଆୱାନ୍ତି ଠାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଯୁବକ ଜଣକ ହେଲେ କୋଟିଆ ଗାଁ ର ଡ଼ିଙ୍ଗମା ଗେମେଲଙ୍କ ୨୦ ବର୍ଷର ପୁଅ ଅଭି ଗେମେଲ । ସେ ଜଣେ ସାବତ ପୁଅ, ଆର୍ଥୀକ ସଚୋନୀୟ ଥିବାବେଳେ ଅସୁବିଧା ସମ୍ମୁଖୀନରେ ରହୁ ଥିଲେ କିନ୍ତୁ ଏଠାରେ କିଛି କାମ ନ ମିଳିବାରୁ କିଛି ସ୍ଥାନୀୟ ଯୁବକ ମାନଙ୍କ ସହ ସେଠାକୁ ଦାଦନ୍ ଖଟିବାକୁ ଯାଇଥିଲେ। ତାଙ୍କ ମୃତଦେହକୁ ସେଠାରୁ ଗାଁ କୁ ଆଣିବା ପାଇଁ ବାପା ଡ଼ିଙ୍ଗମା ପଟ୍ଟାଙ୍ଗି ବିଡିଓ, ପି,ଇ, ଓ, ଏ ଡି, ଏମ, ସାଂସଦ ପ୍ରଶାସନଓ ରାଜନେତା ଅନୁରୋଧ ଥିଲେ, କିନ୍ତୁ କିଏ ଶୁଣି ଥିଲେ
କୋଟିଆ ଗାଁର ଅଭି ତାଙ୍କ କିଛି ସାଙ୍ଗ ମାନଙ୍କ ସହ ରାଜମୁଣ୍ଡରି କୁ କାମ କରିବା ପାଇଁ ଯାଇଥିଲେ। କିଛି ଦିନ ତଳେ ତାଙ୍କ ମୁହଁ ହାତ ଗୋଡ଼ ପୁଲି ଯାଇ ସ୍ୱାସ୍ଥ୍ୟବସ୍ଥା ବିଗିଡି ଥିଲା। ସେ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟ ରେ ଭର୍ତି କରିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ସାଙ୍ଗ ଓ ପରିବାର ବର୍ଗଙ୍କୁ ଖବର ଦିଆ ଯାଇଥିଲା। ତେବେ ତାଙ୍କ ମୃତଦେହ ଦେଖିବାକୁ ସାଙ୍ଗ ମାନଙ୍କୁ କେହି ଛାଡୁ ନଥିବାh ବେଳେ ଗାଁ କୁ ପଠାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇଥିଲା ତାଙ୍କ ପରିବାର ପକ୍ଷରୁ ପୁଅର ମୃତ ଦେହ ଗାଁ କୁ ଆଣିବା ପାଇଁ କମ୍ପାନୀ କତୃପକ୍ଷ ଓ ପ୍ରଶାସନ ନିକଟରେ ଅନୁରୋଧ କରଯାଇଛି।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ