Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ “ସଡ଼କ ସୁରକ୍ଷା ଜୀବନ ରକ୍ଷା” କର୍ମଶାଳା

ଭବାନୀପାଟଣା, ୧୮/୧୦ (ଜଗନ୍ନାଥ ନାଏକ) : ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ସଡ଼କ ସୁରକ୍ଷା ଜୀବନ ରକ୍ଷା ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ, ଚାରି ଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟ ସହ ସରକାର ଙ୍କ ସମସ୍ତ ନୀତି ନିୟମ ମାନି ଯାନ ଚଳାଇବା ଦ୍ୱାରା ନିଜର ଅମୁଲ୍ୟ ଜୀବନ ବଞ୍ଚିପାରିବ ବୋଲି ସ୍କୁଲ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ | ଏଥିରେ ବହୁ ଛାତ୍ରଛାତ୍ରୀ ନିଜ ନିଜ ର ବକ୍ତବ୍ୟ ରଖିଥିବା ବେଳେ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ଶିକ୍ଷକ ସମ୍ପଦ ମୁଣ୍ଡ ଧନ୍ୟବାଦ ଦେଇ କର୍ମଶାଳା ଟିକୁ ସାଙ୍ଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ