Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଷ୍ଠୀ ରୁ ଆରମ୍ଭ ହେବ ଲକ୍ଷ୍ମୀପୁର ରେ ଦୁର୍ଗା ପୂଜା

ଲକ୍ଷ୍ମୀପୂର ୧୮.୧୦ ଲକ୍ଷ୍ମୀପୁର ଦୁର୍ଗା ପୂଜା ମଣ୍ଡପ ରେ ଶୁକ୍ରବାର ଦିନ ଷଷ୍ଠୀ ରୁ ଆରମ୍ଭ ହେବ ଦୁର୍ଗା ପୂଜା। ଶାରଦୀୟ ଦୁର୍ଗା ପୂଜା ସକାଶେ ଲକ୍ଷ୍ମୀପୂର ଚଳ ଚଞ୍ଚଳ ହୋଇ ରହିଥିବା ବେଳେ ମୂର୍ତ୍ତି କାରିଗର ମଧ୍ୟ ମୃଣୟ ମୂର୍ତ୍ତି କୁ ଶେଷ ସ୍ପର୍ଷ ଦେବାରେ ବ୍ୟସ୍ତ। ଚଳିତ ବର୍ଷ ଲକ୍ଷ୍ମୀପୁର ମଣ୍ଡପ ରେ ଗାଁ ର କଳାକାର ସିଏଚ ଆନନ୍ଦ ରାଓ ହିଁ ମୂର୍ତ୍ତି ତିଆରି କରିଛନ୍ତି। ସେ ତାଙ୍କର ପ୍ରତିଭା କୁ ଚଳିତ ବର୍ଷ ଉଚ୍ଚ କୋଟିର ଭାବେ ଦେଖାଇବେ ବୋଲି ପ୍ରକାଶ କରିଛନ୍ତି। ଆଉ ମାତ୍ର ଗୋଟିଏ ଦିନ ପରେ ମଣ୍ଡପ ରେ ପୂଜା ଆରମ୍ଭ ହେବାକୁ ଥିବା ବେଳେ ଗୁରୁବାର ରାତ୍ର ସୁଧା ସମସ୍ତ କାର୍ଯ୍ୟ ସମାପନ ହୋଇଯିବ ବୋଲି ଆନନ୍ଦ ରାଓ କହିଛନ୍ତି। ସେହିପରି ମେଢ଼ ସଜାଇବା ଓ ଆଲୋକି କରଣ ମଧ୍ୟ ସ୍ଥାନୀୟ ଚମ୍ପି ଗାଁ ର କମଳ ସାହୁ ଟେଣ୍ଟ ହାଉସ କୁ ପ୍ରଦାନ କରାଯାଇଛି। ଦଶମୀ ଦିନ ରାବଣ ପୋଡି ସକାଶେ ବ୍ଲକ ପଡିଆରେ ରାବଣ ତିଆରି କାର୍ଯ୍ୟ କ୍ରମ ମଧ୍ୟ ଜୋରଦାର ପ୍ରସ୍ତୁତ ଚାଲିଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫ୍ରେଣ୍ଡସ ୟୁଥ ଆସୋସିଏସନ ଦ୍ୱାରା ଦୁର୍ଗା ପୂଜା ଆୟୋଜନ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ