Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତରଫରୁ ମାନଝରି ଉଚ୍ଚ ବିଦ୍ୟାଳୟ ଠାରେ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୯/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସ୍ଥାନୀୟ ଅଗ୍ନିଶମ ବିଭାଗ ତରଫରୁ ମାନଝରି ଉଚ୍ଚ ବିଦ୍ୟାଳୟଠାରେ ମକ ଡ୍ରିଲ ବା ସଚେତନତା କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳିଥିଲା.ଏଲ. ପି. ଜି ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଗଲେ କିଭଳି ଲିଭାଯିବ, ଘରେ ହଠାତ ନିଆଁ ଲାଗିଲେ କିଭଳି ଭାବରେ ନିଆଁ କୁ ଆୟତ୍ତ କରିହେବ ଏବଂ ଏହା ସହିତ ନିଆଁ ଦାଉରୁ କେମିତି ରକ୍ଷା ଓ ସୁରକ୍ଷିତ ରହିପାରିବ, ଆହତଙ୍କୁ ଘଟଣା ସ୍ଥଳରେ ପ୍ରାଥମିକ ଚିକିତ୍ସା ଓ ମେଡିକାଲ ନେବା ଭଳି ବିଭିନ୍ନ ମକ ଡ୍ରିଲ କାର୍ଯ୍ୟକ୍ରମ ଅଗ୍ନିଶମ ବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ଏହି ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ। ଅଗ୍ନିଶମ ବିଭାଗ ତରଫରୁ ଓ.ଆଇ.ସି. ତ୍ରିଲୋଚନ ନାଏକ , ମୁରଲୀଧର ମାଝୀ ,ନରସିଂହ କୁମାର ରାଓ, କୈଳାଶ ସାହୁ , ତେଜରାଜ ନିଆଲ ,ବିରଞ୍ଚି ନାଏକ ,ଡାକ୍ତର ଧରୁଆ ପ୍ରମୁଖ ଯାଇ ମକଡ୍ରିଲ ପ୍ରଦର୍ଶନ କରିଥିଲେ।