Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ସର୍ବୋଦୟ ସମିତି ସ୍ଥିତ ଖଦୀ ଭଣ୍ଡାରରେ ଖଦୀ ମହୋତ୍ସବ ପାଳିତ

କଳାହାଣ୍ଡି, ୧୯/୧୦ (ଜଗନ୍ନାଥ ନାଏକ) : ଧର୍ମଗଡ ସର୍ବୋଦୟ ସମିତି ସ୍ଥିତ ଖଦୀ ଭଣ୍ଡାର ରେ ଖଦୀ ମହୋତ୍ସବ ପାଳନ ହେଉଛି। ଏହି ଅବସରରେ ଆଜି ଶତାଧିକ ସ୍କୁଲ୍ ଛାତ୍ର ଛାତ୍ରୀ ସ୍ଥାନୀୟ ଖଦୀ ଭଣ୍ଡାର କାର୍ଯ୍ୟାଳୟରୁ ଖଦୀ ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଥିଲେ। ଏହି ଖଦୀ ଯାତ୍ରା ରେ ଧର୍ମଗଡ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଖଦୀ କଟାଳି, ବୁଣାଳୀ ଓ ସ୍ଵଧାର ଗୃହର ଅନ୍ତେଃବାସୀନି ଯୋଗ ଦେଇ ଖଦୀ ବସ୍ତ୍ର କୁ ଆପଣେଇବା ନେଇ ସ୍ଲୋଗାନ ଦେଇଥିଲେ।
“ଖଦୀ ଫର ନେସନ, ଖଦୀ ଫର ଫେସନ୍” ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ‘ବି ଭୋକାଲ ଫର ଲୋକାଲ’, ଖଦୀ ପିନ୍ଧନ୍ତୁ ସୁସ୍ଥ ରୁହନ୍ତୁ, ଆତ୍ମ ନିର୍ଭର ଭାରତ ଇତ୍ୟାଦି ପ୍ଳାକାର୍ଡ ଧରି ସ୍ଲୋଗାନ ଦେଇ ଖଦୀ ଯାତ୍ରୀ ମାନେ ନଗର ପରିକ୍ରମା କରି ଖଦୀ ବସ୍ତ୍ର ପରିଧାନ କରିବାକୁ ସନ୍ଦେଶ ଦେଇଥିଲେ। ସମିତିର ସଂପାଦକ ପ୍ରଦୀପ କୁମାର ମହାନ୍ତି, ସଦସ୍ୟା ଗୀତା ପଟ୍ଟନାୟକ, ସ୍ଵଧାର ଗୃହ ପରିଚାଳନା କମିଟର ସଦସ୍ୟ ବିଦ୍ୟାଧର ସାହୁ, କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ସୁକଦେବ ମଣ୍ଡଳ, ମହମ୍ମଦ ସଫିକ୍ ହାଇଦର, ଛବିଲାଲ ନାଏକ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥଲେ। ଖଦୀ ଭଣ୍ଡାର ର ମ୍ୟାନେଜର ଦେବରାଜ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ଵଧାର ଗୃହ ର ପରିଚାଳିକା ନିବେଦିତା ପ୍ରଧାନ, କର୍ମୀ ରୋଜାଲିନ ନାଏକ, ସୁଭାଷିନୀ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ