Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥି ଶ୍ରମିକଙ୍କ ସହ ରଙ୍ଗ ମାରୁଥିବାବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା, ୧୯/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପ୍ରଭୁ ବୁଢ଼ାରଜା ଠାକୁରଙ୍କ ବାର୍ଷିକ ଦଶହରା ଥିବାରୁ ମନ୍ଦିର ଉପରେ ସାଥି ଶ୍ରମିକଙ୍କ ସହ ରଙ୍ଗ ମାରୁଥିବାବେଳେ ଅସାବଧାନତା କାରଣରୁ ମନ୍ଦିର ଉପରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଧର୍ମଗଡ଼ ବ୍ଲକ
ଛିଲିପା ପଞ୍ଚାୟତ ଅନ୍ତର୍ଗତ ବିକ୍ରମଗୁଡ଼ା ଗ୍ରାମର ଇଶରାମ ନାଏକଙ୍କ ପୁଅ ଟଙ୍କଧର ବୋଲି ଜଣା ପଡ଼ିଛି। ଘଟଣା ପରେ ମନ୍ଦିର କମିଟି ପକ୍ଷରୁ ସ୍ଥାନୀୟ ଆମପାଣି ପୋଲିସକୁ ଖବର ଦେବା ସହ ମୃତକଙ୍କ ପରିବାରକୁ ସୂଚନା ଦେଇଥିଲେ।
ମୃତକ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ମୃତ୍ୟୁ ପରେ ସ୍ତ୍ରୀ ଓ ଝିଅ ବେସାହାରା ହୋଇ ପଡ଼ିଥିବାବେଳେ ଭରଣ ପୋଷଣ ପାଇଁ ମୃତକ ପରିବାର ପହଞ୍ଚି ସହାୟତା କ୍ଷତିପୂରଣ ୫ ଲକ୍ଷ ଦାବି କରି ଶବ ନେବାକୁ ମନା କରିଥିଲେ ପରେ ଦିର୍ଘ ସମୟ ଧରି ମନ୍ଦିର କମିଟିର କର୍ମକର୍ତ୍ତା ଓ ପୋଲିସ ବୁଝାସୁଝା ପରେ ମଧ୍ୟ କୌଣସି ସମାଧାନ ହୋଇ ନ ଥିଲା ।
ପରେ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ ପହଞ୍ଚି ପରିବାର ଓ ପରିଜନଙ୍କ ସହ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦରେ ମନ୍ଦିର କମିଟି ପକ୍ଷରୁ ୧ ଲକ୍ଷ ୩୦ ଓ ବ୍ଲକ ଉପାଧ୍ୟକ୍ଷ ଙ୍କ ଉପ ଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ରେଡ଼କ୍ରସ ରୁ ୩୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ପରିବାର ଶବ ନେବାକୁ ରାଜି ହୋଇଥିଲେ। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ପୋଲିସ ଅଧିକାରୀ ମନୋଜ ନାଏକ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ