Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତକୁ ତାରି ମାଟିରେ ହରାଇବା…ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ସାଣ୍ଟନରଙ୍କ ବଡ଼ ବୟାନ

ଚେନ୍ନାଇ: ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍ ସାଣ୍ଟନର ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାରତକୁ ତାରି ମାଟିରେ ହରାଇବା କଷ୍ଟକର। ରବିବାର ବିଶ୍ଵକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ। ସାଣ୍ଟନରଙ୍କ ମତରେ ଦମଦାର ଫର୍ମରେ ଥିବା ରୋହିତ ଶର୍ମାଙ୍କ ବ୍ୟାଟ୍ ଉପରେ ଅଙ୍କୁଶ ଲଗାଇବା ସବୁଠୁ ଜରୁରୀ। କିଓ୍ଵି ଦଳ ଅଦ୍ୟାବଧି ବିଶ୍ଵକପରେ ଖେଳିଥିବା ସମସ୍ତ ୪ଟି ମ୍ୟାଚ୍ ଜିତି ସାରିଛି।

ଆଫଗାନିସ୍ତାନକୁ ହରାଇବା ପରେ ସାଣ୍ଟନର କହିଛନ୍ତି, ଆମକୁ ଭାରତକୁ ଧର୍ମଶାଳାରେ ହରାଇବା ପାଇଁ ପିଚର ସଠିକ ଆକଳନ କରିବାକୁ ପଡ଼ିବ। ପିଚରେ ଗତି ଏବଂ ବାଉନ୍ସ ରହିଛି। ମାତ୍ର ଏହା ଦେଖିବାକୁ ପଡ଼ିବ ଯେ, କଣ ଏହା ମ୍ୟାଚ୍ ଦିନ ରହିବ କି ନାହିଁ।

ସେ କହିଛନ୍ତି, ବୋଲିଂ ସମୟରେ ପାଓ୍ଵାରପ୍ଲେ ବେଶ ମହତ୍ଵପୂର୍ଣ୍ଣ। ଯେଉଁଭଳି ରୋହିତ ଆରମ୍ଭରୁ ବ୍ୟାଟିଂ କରୁଛନ୍ତି, ତାଙ୍କ ବ୍ୟାଟ ଉପରେ ଅଙ୍କୁଶ ଲଗାଇବାକୁ ପଡ଼ିବ। ଆମକୁ ପ୍ରତି ମ୍ୟାଚରେ ୨ ପଏଣ୍ଟ ନେବାର ଅଛି ଓ ଆମର ଏହି ଲକ୍ଷ୍ୟ ପୂରା କରିବାକୁ ପଡ଼ିବ ସାମ୍ନାରେ ଯେ କୌଣସି ଦଳ ଥାଉ ନା କାହିଁକି।

ସାଣ୍ଟନର କହିଛନ୍ତି, ଆମେ ଯେଉଁ ସବୁ ମଇଦାନରେ ଖେଳି ସାରିଛୁ ସବୁ ପିଚ୍ ଭିନ୍ନ ଥିଲା। ଭାରତ ବିପକ୍ଷରେ ମଧ୍ୟ ଆମକୁ ପରିସ୍ଥିତି ଅନୁସାରେ ଖାପ ଖୁଆଇବାକୁ ପଡ଼ିବ। ଏହି ମ୍ୟାଚ୍ ପୂର୍ବରୁ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ଭଲ କଥା। ମାତ୍ର ଏହା ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ ଓ ନିଜର ପ୍ରଦର୍ଶନ ବଜାୟ ରଖିବା ଜରୁରୀ ବୋଲି କିଓ୍ଵି ସ୍ପିନର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ