Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା ମାଣିକେଶ୍ବରୀଙ୍କଠାରେ ମହୁରି ଅର୍ଘ୍ୟ ଲାଗିଲା

ଭବାନୀପାଟଣା, ୧୯/୧୦ (ଜଗନ୍ନାଥ ନାଏକ) : ସାହିତ୍ୟ ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ବରୀଙ୍କଠାରେ ପ୍ରତି ସଂଖ୍ୟା ପରି ମହୁରି ପରିବାର ତରଫରୁ ପାରମ୍ପରିକ ଅର୍ଘ୍ୟ ଲାଗି ହୋଇଛି | ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ ସାହୁ, ସହ ସମ୍ପାଦକ ଡ. ତପନ କୁମାର ରଥ,ସକିତ ରତେ, ବିରଞ୍ଚି ନାରାୟଣ ମୁଣ୍ଡ, ସଂଜୀବ କୁମାର ପଣ୍ଡା ଓ ସଂହିତା ରଥ ଓଡ଼ିଆ ଭାଷା ଓ ସାହିତ୍ୟର ଚର୍ଚ୍ଚିତ ଶାରଦୀୟ ପତ୍ରିକାକୁ ମା’ଙ୍କ ମନ୍ଦିର ପରିସରରେ ଅର୍ଘ୍ୟ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ବିଶି,ସୁଧୀର ସାହୁ,ଅନସୂୟା ସାହୁ,ସୁଜାତା ପଣ୍ଡା, ଶାନ୍ତିଶ୍ଵରୂପ ପଣ୍ଡା ଲିପ୍ସା ମହାରଣା, ଖୁସିରାମ ସାହୁ, ଶ୍ରୀପତି ଯୋଷୀ ଓ ସଚିନ ଜୈନ ଉପସ୍ଥିତ ଥିଲେ | ପ୍ରକାଶ ଥାଉ କି, କଳାହାଣ୍ଡିରୁ ପ୍ରକାଶିତ ‘ମହୁରି’ ସବୁ ଦିଗରୁ ଓଡିଶା ପତ୍ରିକା ଜଗତରେ ବିଶେଷ ସ୍ଥାନ ପାଇଆସୁଛି |