Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ହାଇସ୍କୁଲ ଖେଳପଡ଼ିଆରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

କଳାହାଣ୍ଡି, ୨୦/୧୦ (ଜଗନ୍ନାଥ ନାଏକ) : ନର୍ଲା ହାଇସ୍କୁଲ ଖେଳପଡ଼ିଆରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସଂୟ ସହାୟକ ଗୋଷ୍ଠୀର ସଭ୍ୟଙ୍କ ସହ ମୁଖ୍ୟ ଅତିଥି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ବିଡିଓ ବାସନ୍ତୀ ସେଠୀ, ସଗିଗୁଡ଼ା ସମିତି ସଭ୍ୟ ଚିରଞ୍ଜିବୀ ଗୌଡ଼ିଆ, ବିଜେପିର ବରିଷ୍ଟ ସଦସ୍ୟ ଅଭୟ ନାଏକ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାୟକ ଓ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଶୋଭାଯାତ୍ରାରେ ବାହାରିଥିଲେ। ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରତ୍ୟେକ ଗାଁ ଏବଂ ଧର୍ମସ୍ଥଳିମାନଙ୍କଠୁ ମାଟି ସଂଗ୍ରହ କଲା ପରେ ନର୍ଲାଠାରେ ବୁଧବାର ସହିଦମାନଙ୍କୁ ସମ୍ମାନ
ଦିଆ ଯାଇଥିଲା । ଏହି ଅବସରରେ ଉପସ୍ଥିତ ଜଣ ଅବସରପ୍ରାପ୍ତ ସିଆଯିଏଫ୍ ଯବାନ ସୁବାସ ଚନ୍ଦ୍ର ବିଶ୍ବାଳ ଏବଂ କିଶୋର ସାହୁଙ୍କ ସମ୍ବଦ୍ଧିତ କରାଯାଇଥିଲା। ଏଥିରେ ମଦନପୁର ରାମପୁର ସିଆରପିଏଫ୍ କେମ୍ପର ଯବାନ ସାମିଲ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଜନା ଦାସ, ଅଧ୍ୟାପିକା ବାସନ୍ତୀ ସାହୁ, ଡାକ ବିଭାଗରେ କାର୍ଯ୍ୟରତ ଏଏସ୍‌ ବିଜୟ ପଟ୍ଟନାୟକ ଓ ସ୍ବେଛାସେବୀ ନବୀନ ସାହୁ, ସୁ ଶୀଳ ପ୍ରଧାନ, ଅଭିଷେକ ବେହେରା, ହେମ୍ ସାଗର ସାହୁ, ମିଳନ ଭୋଇ ଓ ଗୋବିନ୍ଦ ତାଣ୍ଡି ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ