Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ଖଡିଆଳ : ଖଡିଆଳ ସହରର ଦଳପଡ଼ା ଠାରେ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ଖଡିଆଳ ପୋଲିସ। ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି ଖଡିଆଳ ଥାନାଧିକାରୀ ପ୍ରଦୀପ କୁମାର ଧରୁଆ। ଆଜି ସକାଳ ସମୟରେ ସହରର ଦଳପଡା ଠାରେ ଏକ ମୃତଦେହ ପୋଖରୀ ନିକଟରେ ପଡ଼ିଥିବା ନେଇ ପ୍ରଚାର ହୋଇଥିଲା। ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ନେଇ ସୂଚନା ଦେଇଛନ୍ତି। ମୃତ ବୃଦ୍ଧ ଜଣକ ବଲାଙ୍ଗୀର ଜିଲା ଟିଟିଲାଗଡ ଅଞ୍ଚଳର ଘଣ୍ଟାସହଡା ଗ୍ରାମର ହରେକୃଷ୍ଣ ସାହୁ (୭୦) ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ