Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ରେ ବାଘ

ପାରଳାଖେମୁଣ୍ଡି:୨୦/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ଏକ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ଵନାଞ୍ଚଳର ବନକର୍ମଚାରୀ ଏବଂ ପାରଳାଖେମୁଣ୍ଡି ଵନଖଣ୍ଡର ଏସିଫ୍ଓ ଶ୍ରୀ ଅଶୋକ କୁମାର ଵେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ଵାଘର ପାଦଚିହ୍ନ ଠାଵ କରିଥିଲେ । ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟର ପେରିସ୍ ମାଧ୍ୟମରେ tracing କରାଯାଇଥିଲା। ସେହିଦିନ ଵାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି trap camera ଲଗାଯାଇଥିଲା । ଆଜି ତା ୨୦.୧୦.୨୦୨୩ ରିଖ ସକାଳୁ ଗୋଟିଏ camera ରେ ଏକ ମହାବଳ ଵାଘ ର ଅବସ୍ଥିତି ଜଣାପଡିଛି। ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ଦିଆଯାଇଛି।ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି।

More Stories