Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉପଖଣ୍ଡ ଧର୍ମଗଡ଼ ବ୍ଲକରେ ନୂତନ ବିଡ଼ିଓ ଭାବେ ହିମାଞ୍ଚଳ ମାଝୀଙ୍କ ଯୋଗଦାନ

କଳାହାଣ୍ଡି, ୨୨/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ର ନୂତନ ବିଡ଼ିଓ ଭାବେ ହିମାଞ୍ଚଳ ମାଝୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଗତ ଶୁକ୍ରବାର ଦିନ ନିଜ କାର୍ଯ୍ୟ ରେ ଯୋଗଦାନ କରିଛନ୍ତି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ସମେତ ଧର୍ମଗଡ଼ ବ୍ଲକ ସରପଂଚ ସଂଘ ଓ କର୍ମଚାରୀ ମାନେ ସ୍ବାଗତ ସମର୍ଦ୍ଧାନ ଦେବା ସହ କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ। ପୂର୍ବତନ ବିଡ଼ିଓ ଶରତ କୁମାର ସେଠୀ ଫୁଲଗୋଛା ଦେଇ ସ୍ବାଗତ ଜଣାଇ ନିଜ ଆସନ ରେ ବସାଇଥିଲେ। ପୂର୍ବ ରେ ସେ ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ବିଡ଼ିଓ ଭାବେ କାର୍ଯ୍ୟରତ ରହିଥିଲେ।ଜଣେ ଦକ୍ଷ, ମେଳାପୀ, କର୍ତ୍ତବ୍ୟନିଷ୍ଠ ରୂପେ ତାଙ୍କର ସୁଖ୍ୟାତି ରହିଛି। ଜନସାଧାରଣ ଙ୍କ ସେବା ଯୋଗାଇବା ତାଙ୍କର ପ୍ରାଥମିକତା ରହିବ ବୋଲି ପ୍ରତିକ୍ରିୟା ରଖିଥିଲେ।ସେଭଳି ପୂର୍ବତନ ବିଡ଼ିଓ ଙ୍କୁ ଧର୍ମଗଡ଼ ବ୍ଲକ ସରପଞ୍ଚ ସଂଘ ବିଦାୟ ସମର୍ଦ୍ଧାନ ଜଣାଇଛି। ବ୍ଲକ ସଭା ଗୃହ ଠାରେ ଏକ କାର୍ଯ୍ୟକ୍ରମରେ ବିଡ଼ିଓ ଙ୍କୁ ବିଦାୟ କାଳୀନ ସମର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସଂଘ ସଭାପତି ହାତିରାମ ଦୁର୍ଗା ଙ୍କ ସମେତ,ସରପଞ୍ଚ ବିଭୁଦତ୍ତ ପ୍ରଧାନୀ,ଗୌଲଚନ ଗୋପାଳ, ମନୋଜ ନାଏକ, ଜୟନ୍ତୀ ବାଗ, ଆଷୋତୋଷ ପଟ୍ଟଯୋଶୀ,ସରପଞ୍ଚ ପ୍ରତିନିଧି ଭବେଶ ଗଇନ୍ଟା, ଉଦିତ ନାଏକ, ଭବାନୀ ବଣିଆ, ସନ୍ଦୀପ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ