Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିବା ଉପରେ ମୁହଁ ଖୋଲିଲେ ଶାମି, କହିଲେ- ବାହାରେ ବସିବା ବହୁତ ମୁସ୍କିଲ, ମାତ୍ର…

ଧର୍ମଶାଳା: ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚରେ ୫ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଜୟରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ମ୍ୟାଚ୍ ପରେ ଶାମି କହିଛନ୍ତି ଯେ, ଯେତେବେଳେ ଆପଣ ଦଳରୁ ବାହାରି ବସିଥାନ୍ତି ସେହି ସମୟରେ ଦୁଃଖିତ ହେବା ପରିବର୍ତ୍ତେ ଅନ୍ୟ ଖେଳାଳିଙ୍କ ସଫଳତାର ଆନନ୍ଦ ଉଠାଇବା ଉଚିତ୍।

ଶାମି ଗତକାଲି ଧର୍ମଶାଳାରେ ଖେଳା ଯାଇଥିବା ମ୍ୟାଚରେ ୫୪ ରନ ଦେଇ ୫ଟି ଓ୍ଵିକେଟ୍ ଦଖଲ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିବାରେ ବିଫଳ ହେବା ସହ ୨୭୩ ରନରେ ସୀମିତ ରହିଥିଲା। ଶାମି କହିଛନ୍ତି, ୧୫ ଖେଳାଳି ମଧ୍ୟରୁ ୧୧ ଜଣଙ୍କୁ ଖେଳିବାର ସୁଯୋଗ ମିଳିଥାଏ ଏବଂ ଚାରି ଜଣ ବାହାରେ ବସିଥାନ୍ତି। ଏହା ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ଯେ, ବାକି ଖେଳାଳିଙ୍କ ସଫଳତାର ଆନନ୍ଦ ନିଅ ଓ ନିଜ ସୁଯୋଗକୁ ଅପେକ୍ଷା କର।

ସେ କହିଛନ୍ତି, ଯେବେ ସୁଯୋଗ ମିଳିବ ମୁଁ କିଛି କରି ପାରିବି। ଦଳରୁ ବାହାରେ ବସିବା ବହୁତ ମୁସ୍କିଲ ହୋଇଥାଏ। ମାତ୍ର ଯଦି ଆପଣଙ୍କ ଦଳ ଭଲ ପ୍ରଦର୍ଶନ କରୁଛି ଓ ଖେଳାଳି ଯେଉଁଭଳି ଲୟରେ ଅଛନ୍ତି, ତାକୁ ଦେଖିଲେ ମୋତେ ଲାଗୁନି ଆପଣଙ୍କୁ ବାହାରେ ବସି ଦୁଃଖିତ ହେବା ଉଚିତ୍। କାରଣ ଆପଣ ମଧ୍ୟ ବିଶ୍ଵକପ୍ ଦଳର ଅଂଶ। ସମସ୍ତଙ୍କ ସଫଳତାର ମଜା ଉଠାଇବା ଉଚିତ୍ ବୋଲି ଏହି ଦ୍ରୁତ ବୋଲର କହିଛନ୍ତି।

ଶାମି କହିଛନ୍ତି, ବୋଲିଂ କରିବା ସମୟରେ ନିଜର ଭୂମିକା ଓ ପରିସ୍ଥିତିକୁ ଧ୍ୟାନରେ ରଖିବା ବହୁତ ମହତ୍ଵପୂର୍ଣ୍ଣ। ପିଚରୁ ଯେବେ ସହାୟତା ମିଳି ନ ଥାଏ ଆପଣଙ୍କୁ ଲାଇନ ଓ ଲେଙ୍ଗଥ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଆଉ ଏହାର ପରିଣାମ ଆପଣଙ୍କ ସାମ୍ନାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ