Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁନ୍ଦୁଲି ହାଟପଦାରେ ଦୁର୍ଗାପୂଜା

ସେମିଳିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକର କୁନ୍ଦୁଲିହାଟପଦା ର ଆଦିମ ଶ୍ରୀକ୍ଷେତ୍ର ରେ ୩୧ ତମ ଦଶହରା ଦୁମଦାମ ରେ ପାଳନ କରୁଚନ୍ତି। ପୂର୍ବିତନ ସଂସଦ ଓ ମନ୍ତ୍ରୀ ଜୟରାମ ପାଙ୍ଗି ଙ୍କ ଦ୍ଵାରା ଦୁର୍ଗ ପୂଜା ପାଲିତ ଯାଇଚି।ପୂଜା ଅବସରରେ ବର୍ଷ ରେ ଗୋଟିଏ ମନ୍ଦିର ଆକାର ରେ ମେଡ ନିର୍ମାଣ କରୁଥିବା ବେଳେ ଚଳିତ ବର୍ଷ ଭୁବନେଶ୍ୱର ରେ ଥିବା ଲିଙ୍ଗରାଜ ମନ୍ଦିରର ଆକାରରେ ଆକର୍ଷଣୀୟ ମେଡ଼ ନିର୍ମାଣ ହେଇଛି। ତା ସହିତ କୁନ୍ଦୁଲିହାଟପଦା ରେ ବିଦ୍ୟୁତ୍ ଆଲାଙ୍କରଣ କରାଯାଇଛି। ଏହି ଅବସରରେ କଳସ ରେ ପ୍ରବିତ୍ର ଜଳ ସଂଗ୍ରହ କରାଯିବା ପରେ ମା ଙ୍କ ବିଲ୍ବବରଣ କରାଯାଇଥିଲା। ଆକର୍ଷଣୀୟ ପୂଜା ପେଣ୍ଡାଲ ନିର୍ମାଣ କରି ଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କରିଥିଲେ। ସପ୍ତମୀ ଅଷ୍ଟମୀ ପୂଜା ଭକ୍ତି ସହ ପାଳନ କରିଥିଲେ।ଦଶହରା ଦିନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରୁଛନ୍ତି।ସେହି ଦିନ ରାତି ସାରା ଯାତ୍ରା ଅନୁଷ୍ଠିତ ହେବ।ରାତି ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ର ଆୟୋଜନ କରିବେ ବୋଲି ପୂଜା ସଭାପତି ଜୟରାମ ପାଙ୍ଗି ସୂଚନା ଦେଇଚନ୍ତି।୩୧ ବର୍ଷ ରୁ ଶାନ୍ତି ଶୃଙ୍ଖଳ ରେ ପୂଜା ହାଇ ଆସୁଛି।ଜିଲ୍ଲା ରେ କୁନ୍ଦିଲି ଦୁର୍ଗ ପୂଜା ସୁନାମ ଅର୍ଜନ କରିଛି।
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ