Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାର୍ବଜନୀନ ଦୁର୍ଗାପୂଜାରେ ଚିପିଲିମା ଅଞ୍ଚଳ ଚଳଚଞ୍ଚଳ

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଚିପିଲିମା ଅଂଚଳରେ ଆକଟାପାଳି,ଗୋଶାଳା,ଚାରପାଲି,ଚିପିଲିମା ରେ ଦୁର୍ଗାପୂଜା ମହାସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରତ୍ୟେକ ସ୍ଥାନରେ ଲକ୍ଷାଧିକଟଙ୍କା ବ୍ୟୟଅଟକଳ ମଧ୍ୟରେ ସୁସଜ୍ଜିତ ତୋରଣ ମଧ୍ୟରେ ମାଁଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରି ରୀତିନୀତି ମଧ୍ୟରେ ପୂଜାର୍ଚନା ହୋଇଥିବାବେଳେ,ଆଲୋକ ସଜ୍ଜାରେ ମଣ୍ଡପ ତଥା ଆଖପାଖ ଅଂଚଳ ସଜେଇ ହୋଇଥିଲା।ସପ୍ତମୀ ରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡପରେ ଉତ୍ସାହ ଉଦ୍ଧିପନା ମଧ୍ୟରେ ପୂଜା ଅନୁଷ୍ଟିତ ହୋଇଥିବାବେଳେ,ବିଜୟାଦଶମୀ ଦିନ ରାବନପୋଡି ଅନୁଷ୍ଠିତ ହୋଇଥିଲା।ରାବନପୋଡ଼ି ଦେଖିବାକୁ ପ୍ରତ୍ୟେକସ୍ଥାନରେ ଶହସ୍ରାଧିକ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ,ପ୍ରତ୍ୟେକ ମଣ୍ଡପରେ ଭଜନ,କୀର୍ତ୍ତନ,ମେଲୋଡି,ଗ୍ରୁପଡାନ୍ସ,ରାମଳିଲା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ