Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୃଥକ ଦୁର୍ଘଟଣା ରେ ୫ଆହତ, ଜଣେ ମୃତ।ରାବଣପୋଡି ଦେଖିବାକୁ ଆସୁଥିଲେ ।

ଲକ୍ଷ୍ମୀପୁର ୨୫।୧୦ …ଲକ୍ଷ୍ମୀପୂର ବ୍ଲକ ପଡିଆ ରେ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି ଦେଖିବାକୁ ଆସୁଥିବା ବେଳେ ତିନୋଟି ମଟର ସାଇକଲ ଦୁର୍ଘଟଣାର ଶିକାର ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଥିବା ଜଣା ପଡ଼ିଛି।ମୃତକ ଜଣକ ହେଲେ ସାନ ନେର୍କା ଗାଁ ର ଅମିର୍ ଟାକରି ।ଅମିର ଭିତରଗଡ ଗାଁ ରେ ରହୁଥିବା ତାଙ୍କର ଏକ ସାଙ୍ଗ ଲକ୍ଷ୍ମଣ ପୂଜାରୀଙ୍କ ସହ ନିଜର ମଟର ସାଇକଲରେ ଲକ୍ଷ୍ମୀପୁର ରାବଣ ପୋଡ଼ି ଦେଖିବାକୁ ଆସୁଥିବା ବେଳେ ଡୋଳିଆମ୍ବା ନିକଟରେ ଭାରସାମ୍ୟ ହରାଇ ପଡ଼ି ଜାଇ ଥିଲେ। ଆହତ  ପଡିଥିବା ଦେଖି ସେଇ ରାସ୍ତାରେ ଯାଉଥିବା କିଛି ଲୋକ ଦୁହିଁଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନା ରେ ଭର୍ତି କରାଇଥିଲେ।ଲକ୍ଷ୍ମୀପୁର ଡାକ୍ତରଖାନା ରେ ଅମିର ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଲକ୍ଷ୍ମଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ  ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି।ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବ ଛେଦ କରାଇ ପରିବାର ଲୋକଙ୍କୁ ଲକ୍ଷ୍ମୀପୁର ପୋଲିସ ହସ୍ତାନ୍ତର କରିଛି।ସେହିପରି ଘୋଡ଼ା ଟିକିରି ଗାଁ ର ସୁନିଲ କୁମାର୍ ମାଣ୍ଡିଙ୍ଗା ଓ ଦିଆସିଲ ଗାଁ ର କପିଳ ହିକକା ନିଜର ମଟର ସାଇକଲ ଧରି ସେମାନେ ମଧ୍ୟ ରାବଣ ପୋଡ଼ି ଓ ମେଲୋଡି ଦେଖିବା ପରେ ଦେଶିଆ ନାଟ ଦେଖିଥିଲେ।ରାତିସାରା ଅନିଦ୍ରା ରହି ରୂପକଣା ଗାଁ କୁ ଯାଇ ଫେରୁଥିବା ବେଳେ ବୁଧବାର ସକାଳୁ ସକାଳୁ କାର୍ଲି ଛକ ନିକଟରେ  ମୋଟରସାଇକଲ ଦୁର୍ଘଟଣା ହୋଇ ୩୨୬ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ପଡ଼ି ଛଟପଟ ହେଉଥିଲେ।ସେହି ରାସ୍ତାରେ ଆସୁଥିବା ଏକ ବୁଲେରୋ ଗାଡ଼ି ଚାଳକ ଦୁହିଁଙ୍କୁ ଉଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ସେହିପରି କାକିରିଗୁମାରୁ ଦଶହରା ଦେଖି ରାତି ଗୋଟାଏରେ ନିଜ ଘର ଦଶମନ୍ତପୁର ବ୍ଲକର ଚଣାବାଡ଼କୁ ଟୁନା ଜାନୀ ଓ ସୁକାନ୍ତ ଜାନୀ ଏକ ମଟର ସାଇକେଲରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ