Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃନ୍ଦାବାହାଲ ଛକ ନିକଟରେ ହାଇୱା ଧକ୍କା ରେ ଜଣେ ଯୁବତୀଙ୍କ ମୃତ ଘଟଣାରେ, ନ୍ୟାୟ ଦାବିରେ ଗୋଲାମୁଣ୍ଡା ଥାନା ର ଦ୍ୱାରସ୍ତ ହେଲେ ପରିବାର ଲୋକେ

କଳାହାଣ୍ଡି, ୨୭/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୃନ୍ଦାବାହାଲ ଛକ ନିକଟରେ ଓଡ଼ି ୦୮ କ୍ୟୁ ୭୭୬୩ ନାମକ ଏକ ସ୍କୁଟି କୁ ଏକ ଅଜଣା ହାଇୱା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ଯୁବତୀ ଜଣକର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିଲେ । ମୃତ ଯୁବତୀ ଜଣକ ହେଉଛନ୍ତି କଳମପୁର ଟେମରା ର ପୂଜା ନାଏକ.ସୂଚନା ଥାଉ କି ସେମାନେ ଗତ 13 ତାରିକ ଦିନ ସିନାପାଲି ବ୍ରାହ୍ମଣୀପଡ଼ା କୁ ଗଙ୍ଗାଭୋଜି ଖାଇ 14 ତାରିଖ ସକାଳୁ ନିଜ ଗାଁ କୁ ଫେରୁଥିବା ବେଳେ ବୃନ୍ଦାବାହାଲ ଛକ ନିକଟରେ ଏକ ଅଜଣା ହାଇୱା ଗାଡି ଧକ୍କା ଦେବାରୁ ଯୁବତୀ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା. ଦୁର୍ଘଟଣା ଘଟାଇ ସେ ଫେରାର ହୋଇ ଯାଇଥିବା ବେଳେ ଆଜକୁ 13 ଦିନ ବିତି ଯାଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡି କିମ୍ବା ଗାଡି ମାଲିକ ର କୌଣସି ଖୋଜ ଖବର ମିଳିନ ଥିବାରୁ ମୃତ ଜଣକୁ ନ୍ୟାୟ ପ୍ରଦାନ ଦାବିରେ ଗୋଲାମୁଣ୍ଡା ଥାନାର ଦ୍ୱାରସ୍ତ ହେଲେ ପରିବାର ଲୋକେ। ଏହି ଅବସରରେ ମୃତ ଝିଅର ମା କଳ୍ପନା ନାଏକ, ମାଉସୀ,ମମତା ପାଣିଗ୍ରାହୀ, ମାମୁଁ ଜିତେନ୍ଦ୍ର ପଟେଲ. କାକା. ଡମ୍ୱରୁ ଧର ନାଏକ. ଲିଗାଲ ଏଡ଼ ସଚ୍ଚା ସେବି ଜଗନ୍ନାଥ ନାଏକ. ଶୈଳl ସୁତା ଦଣ୍ଡ ସେନା. ଉତ୍କଳ ମହିଳା ସଂଘ ର ସଂଯୁକ୍ତା ଚନ୍ଦନ. ମିନା ବାଗ.ପ୍ରମୁଖ ଉପସ୍ଥିତ ଥାଇ ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ଵେତାପଦ୍ମା ସେଠ ଙ୍କ ନିକଟରେ ନ୍ୟାୟ ପାଇଁ ଦାବୀ କରିଥିଲେ. ଏ ବିଷୟରେ ପୋଲିସ କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ