Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର

ସେମିଳିଗୁଡା 26/10 ଆଜି ସକାଳ ସମୟରେ ସେମିଳିଗୁଡା ଗଙ୍ଗାମା ମନ୍ଦିର ନିକଟସ୍ଥ ଏକ ବରଗଛ ତଳେ ଥିବା ପିଣ୍ଡି ରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି , ତାଙ୍କ ପରିଚୟ ମିଳିପାରିନାହିଁ ମୃତ ବ୍ୟକ୍ତି ଜଣଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ବୟସ 50 ବର୍ଷ ଅନୁମାନ କରାଯାଉଛି ଗତକାଲି ରାତିରେ ତାଙ୍କ ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ସ୍ଥାନୀୟ ଲୋକ ଙ୍କ ଠାରୁ ସୂଚନା ପାଇ ସେମିଳିଗୁଡା ପୋଲିସ ମୃତଦେହ ଉଦ୍ଧାର କରିବା ସହ ସଂରକ୍ଷଣ ପାଇଁ କୋରାପୁଟ ପଠାଇଛି ସେମିଳିଗୁଡା ଥାନା ରେ ଏକ ଅପମୃତ୍ୟୁ ମାମଲା ଦାୟର କରାଯାଇ ଚି଼ହ୍ନଟ କରିବା ଓ ମୃତ୍ୟୁ ର କାରଣ ଦିଗରେ ଅଧିକ ତଦନ୍ତ କରାଯାଉଥିବା ନେଇ ଏସ ଏସ ଆଇ ଦିଗାନ୍ତ ବିହାରୀ ପ୍ରଭୁ ସହାୟ ପ୍ରକାଶ କରିଛନ୍ତି
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ