Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର

ସେମିଳିଗୁଡା 26/10 ଆଜି ସକାଳ ସମୟରେ ସେମିଳିଗୁଡା ଗଙ୍ଗାମା ମନ୍ଦିର ନିକଟସ୍ଥ ଏକ ବରଗଛ ତଳେ ଥିବା ପିଣ୍ଡି ରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି , ତାଙ୍କ ପରିଚୟ ମିଳିପାରିନାହିଁ ମୃତ ବ୍ୟକ୍ତି ଜଣଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ବୟସ 50 ବର୍ଷ ଅନୁମାନ କରାଯାଉଛି ଗତକାଲି ରାତିରେ ତାଙ୍କ ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ସ୍ଥାନୀୟ ଲୋକ ଙ୍କ ଠାରୁ ସୂଚନା ପାଇ ସେମିଳିଗୁଡା ପୋଲିସ ମୃତଦେହ ଉଦ୍ଧାର କରିବା ସହ ସଂରକ୍ଷଣ ପାଇଁ କୋରାପୁଟ ପଠାଇଛି ସେମିଳିଗୁଡା ଥାନା ରେ ଏକ ଅପମୃତ୍ୟୁ ମାମଲା ଦାୟର କରାଯାଇ ଚି଼ହ୍ନଟ କରିବା ଓ ମୃତ୍ୟୁ ର କାରଣ ଦିଗରେ ଅଧିକ ତଦନ୍ତ କରାଯାଉଥିବା ନେଇ ଏସ ଏସ ଆଇ ଦିଗାନ୍ତ ବିହାରୀ ପ୍ରଭୁ ସହାୟ ପ୍ରକାଶ କରିଛନ୍ତି
କୋରାପୁଟ ରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories