Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆମ ଆଦମୀ ପାର୍ଟିର କଳାହାଣ୍ଡି ଲୋକସଭା ସଭାପତି ଙ୍କ ନର୍ଲା ନିର୍ବାଚନ ମଣ୍ଡଳୀ ଗସ୍ତ

ଭବାନୀପାଟଣା, ୨୯/୧୦ (ଜଗନ୍ନାଥ ନାଏକ) : ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ସବୁ ଦଳ ଅଣ୍ଟା ଭିଡ଼ି ଥିବା ବେଳେ ଜାତୀୟ ଦଳର ମାନ୍ୟତା ପାଇବା ପରେ ଆମ୍ ଆଦମୀ ପାର୍ଟି ମଧ୍ୟ ଓଡ଼ିଶାରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି। ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବ ରେ ସରକାର କୁ ଆସି ଜନ ସାଧାରଣ ଙ୍କ ପାଇଁ ୨୦୦ ୟୁନିଟ ମାଗଣା ବିଜୁଳୀ, ମହିଳା ମାନଙ୍କ ପାଇଁ ବସ୍ ଯାତ୍ରା ମାଗଣା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ୨୫୦୦ ଟଙ୍କା, ଶିକ୍ଷିତ ଯୁବକ ଯୁବତୀ ମାନଂକ ପାଇଁ ଚାକିରି ମିଳିବା ପର୍ଯ୍ୟନ୍ତ ୫୦୦୦ ଟଙ୍କା ଲେଖାଏଁ ବେ ରୋଜଗାର ଭତ୍ତା, ମାସକୁ କୋଡ଼ିଏ ହଜାର ଲିଟର ମାଗଣାରେ ସ୍ୱଚ୍ଚ ପିଇବା ପାଣି ର ବ୍ୟବସ୍ଥା, ୧୮ ବର୍ଷ ରୁ ଉର୍ଦ୍ଧ ମହିଳା ମାନଙ୍କୁ ମାସକୁ ୧୦୦୦ ଟଙ୍କା ପ୍ରଦାନ କରିବା, ଛୋଟ ଛୋଟ ରୋଗ ର ଚିକିତ୍ସା ପାଇଁ ପ୍ରତି ପଞ୍ଚାୟତ ରେ ଗୋଟେ ଗୋଟେ ମହଲା କ୍ଲିନିକ୍ କରିବା, ଜର ଠାରୁ ଆରମ୍ଭ କରି ବଡ କେଂସର୍ ରୋଗ ପର୍ଯ୍ୟନ୍ତ ଯେତେ ଖର୍ଚ୍ଚ ହେଲେ ବି ମାଗଣାରେ ଚିକିତ୍ସା ଯୋଗାଇ ଦେବା ସରକାରୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅନ୍ୟ ଦେଶ କୁ ତାଲିମ ପାଈଁ ପଠେଇ ସରକାରୀ ଶିକ୍ଷା ବ୍ୟବସ୍ଥା କୁ ଉଚ୍ଚ ମାନର କରିବା ହେଉ କି ସେନା ଅଧିକାରୀ ମାନଙ୍କୁ ସହିଦ ହେଇ ଗଲେ ସହାୟକ ରାଶି ବାବଦକୁ ଏକ କୋଟି ଟଙ୍କା ପ୍ରଦାନ କରିବା ହେଉ ଏସବୁ ଦିଗରେ ସଫଳ ରାଜନୀତି ଆମ୍ ଆଦମୀ ପାର୍ଟି କରୀ ଆସୁଥିବା ବେଳେ ଓଡ଼ିଶାରେ ମଧ୍ୟ ସେସବୁ ବାର୍ତ୍ତା କୁ ପ୍ରତି ଘରେ ପହଞ୍ଚ। ଇ ବା ପାଇଁ “ଘର୍ ଘର୍ ଦସ୍ ଥର୍” ମାଧ୍ୟମରେ ଜୋର୍ ଦାର ପ୍ରଚାର୍ ଆରମ୍ଭ କରିଛନ୍ତି କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ ସେ ନର୍ଲା ନିର୍ବାଚନ ମଣ୍ଡଳୀ ର ମୁଷ୍କୁଟି ପଞ୍ଚାୟତ, ରାକ୍ସି ପଞ୍ଚାୟତ, ରୂପ୍ରା ପଞ୍ଚାୟତ ଅଞ୍ଚଳରେ ପ୍ରଚାର୍ ଆରମ୍ଭ କରି ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ବିଭିନ୍ନ ସମସ୍ୟା ର ସମାଧାନ କରିବା ଦିଗରେ ଅଣ୍ଟା ଭିଡିଛନ୍ତି ଆଉ ତାଙ୍କ ସାଥିରେ ଜିଲ୍ଲା ଆବାହକ ଶ୍ରୀ ସତ୍ୟ ମାହାର, ନର୍ଲା ବ୍ଲକ ସଭାପତି ଶ୍ରୀ ଭୂପିନ୍ଦର ଦୀପ, ଭବାନୀ ପାଟଣା ଟାଉନ ସଭାପତି ଦୁର୍ଜନ ବାଗ ସାମିଲ ହୋଇ ପ୍ରଚାର୍ ପ୍ରସାର କୁ ଆଗେଇ ନେଉଛନ୍ତି।