Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଥୁଆମୂଲ ରାମପୁର ବ୍ଲକ୍ କର୍ଲାପାଟ ଅଭୟାରଣ୍ୟର ପର୍ବତ ଶିଖରରେ ପୂଜା ପାଆନ୍ତି ଖଣ୍ଡୁଆଲ ଦେବତା। ଆଉ କାଣୀଗୁମା ଗାଁ ଲୋକଙ୍କ ଏହି ଦେବୀକୁ ନିଜର ଇଷ୍ଟଦେତା ମାନ୍ୟତା ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି

ଭବାନୀପାଟଣା, ୩୦/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ୍ କର୍ଲାପାଟ ଅଭୟାରଣ୍ୟର ପର୍ବତ ଶିଖରରେ ପୂଜା ପାଆନ୍ତି ଖଣ୍ଡୁଆଲ ଦେବତା। ଆଉ କାଣୀଗୁମା ଗାଁ ଲୋକଙ୍କ ଏହି ଦେବୀକୁ ନିଜର ଇଷ୍ଟଦେତା ମାନ୍ୟତା ଦେଇ ପୂଜାର୍ଚ୍ଚନା କରି ଆସୁଛନ୍ତି କେଉଁ ଅନାଦି କାଳରୁ। ଏହି ଯାତ୍ରାରେ ଆଖପାଖ ପ୍ରାୟ ୩୧ ଟି ଗାଁ ଲୋକେ ସାମିଲ ହୁଅନ୍ତି। ଯାତ୍ରାପାଇଁ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠୀଥିଲା କାଣୀଗୁମା ଗାଁ ପ୍ରତିଯୋଗିତା ,ନାଚଗୀତ ପାଇଁ ସମସ୍ତଙ୍କର ଅପେକ୍ଷା ଥାଏ ସେଦିନର ସନ୍ଧ୍ୟାକୁ। ବିଧିବିଧାନ ପୂର୍ବକ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ମଙ୍ଗଳ କାମନା ପାଇଁ ରାଜରାଜୁଡା ଶାସନ ସମୟରୁ ପାଳିତ ହୋଇ ଆସୁଥିବା ଏହି ଯାତ୍ରାରେ ମାନସିକ ପୂରଣ ପାଇଁ ଭକ୍ତ ମାନେ ପଶୁବଳି ବି ଦେଇଥାନ୍ତି। ଏହି ଯାତ୍ରା ମାଧ୍ୟମରେ ଖଣ୍ଡୁଆଲ ଦେବତାଙ୍କ ପୂଜାର୍ଚ୍ଚନା ଦ୍ବାରା ଗାଁକୁ ରୋଗପୋକ ଦାଉରୁ ମଧ୍ୟ ରକ୍ଷା ମିଳିଥାଏ ବୋଲି ଅଞ୍ଚଳବାସୀଙ୍କ ବିଶ୍ବାସ ରହିଛି।୧୯୯୨ ମସିହା ଠାରୁ ଏହି ଯାତ୍ରା ରେ ନିଜକୁ ସାମିଲ କରି ଗାଁର ଖଣ୍ଡୁଆଲ ପୂଜା କମିଟି ଆରମ୍ଭ କଲା ଆଦିବାସୀ ମହିଳାଙ୍କ ବିକାଶ ପାଇଁ ଜୀବନଜୀବିକା ତଥା କଳା ସଂସ୍କୃତି କୁ ନେଇ ଅନେକ ପ୍ରତିଯୋଗିତା। ଯାହାକୁ ନେଇ ବେଶ ଉତ୍ସାହିତ ହୋଇ ପଡୁଥିଲେ ଆଦିବାସୀ ମହିଳା। ସାଂସ୍କୃତୀକ କାର୍ଯ୍ୟକ୍ରମରେ ଦୁଳୁକି ଉଠିଥିଲା ଖଣ୍ଡୁଆଲ ଯାତ୍ରା ମଞ୍ଚ। ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡର ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ଶିକ୍ଷାବିତ୍ ସତ୍ୟନାରାୟଣ ମୁଣ୍ଡ ଚିନା, ବରିଷ୍ଟ ସାମ୍ବାଦିକ ଅଜିତ ସିଂ ଓ କମିଟି ର ସଭାପତି ଗୋବିନ୍ଦ ପ୍ରାଧାନୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଏଭଲି ସାଂସ୍କତିକ କାର୍ଯ୍ୟକ୍ରମ ଆୟୋଜନ ଅଞ୍ଚଳର ଲୁକାଇତ ପ୍ରତିଭାକୁ ଆଗକୁ ଆଣିବା ପାଇଁ ବେଶ ସହାୟକ ହେବ ବୋଲି ଉପସ୍ଥିତ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ସଭାକାର୍ଯ୍ୟ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ
ବୀରବାଦ୍ୟ ଘୁମୁରା ସହ ବାଯାଶାଲ ଓ ରସରକେଲି ମାଇଲା ଜଡ ଗୀତରେ ଦୂଲୁକି ଉଠିଥିଲା ମଞ୍ଚ।