Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୂଖ୍ୟ ମନ୍ତ୍ରୀ ଙ୍କ ଦ୍ଵାରା ଭିଡିଓ ବାର୍ତ୍ତା ମାଧ୍ୟ୍ୟମରେ ଉଦଘାଟିତ

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଛି, କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରୀ ପଂଚାୟତ ଗିର୍ଲିମାଳି ଇକୋ ରିଟ୍ରିଏଟ ପର୍ଯ୍ୟଟନ କେନ୍ଦ୍ର। ଏହାକୁ ଭିଡିଓ ଭାର୍ତ୍ତା ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟ ମନ୍ତ୍ରୀ।ନବୀନ ପଟ୍ଟନାୟକ,ଉଦଘାଟନ ବେଳେ ,କୋରାପୁଟ ବିଧାୟକ ରଘୁରାମ ପଡାଲ, ପୂର୍ବତନ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ବିଡିଓ, ଲକ୍ଷ୍ମୀ ନାରାୟଣ ସାବତ,ସମେତ କୋରାପୁଟ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ
କୋରାପୁଟିଆ ଢେମସା ନାଚରେ ଉସ୍ତବ ମୁଖରିତ ହୋଇଥିଲା ପରିବେଶ। ଏହି ଢେମସା ନାଚରେ ନିଜକୁ ସଂଜତ କରିନପାରି ପାଦ କୁ ପାଦ ମିସାଇ ନାଚିଥିଲେ ଅଧିକାରୀ ଓ ରାଜନେତା। ଏହି
ଇକୋରିଟ୍ରିଏଟ ହେବା ଦ୍ବାରା କୋରାପୁଟ ଜିଲ୍ଲା ପର୍ଯଟନ ବିକାଶ କେତ୍ରରେ ଆଗକୁ ବଡୁଛି,ଏବଂ ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗିର୍ଲି ମାଳି ସୁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ସୁଟିଂ ଓ ଭଳି ମନୋରଞ୍ଜନର ସୁବିଧା ମିଳିବ। ଏହି ଯାତାୟତ ସକାଶେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାଘାଟ ସହ ପାନୀୟଜଳର ସୁବିଧା କରାଯାଇଛି। ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ସେବା ପ୍ରଦାନ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏଠାରେ ସମସ୍ତ ପ୍ରକାର ସୁବିଧା ପର୍ଯ୍ୟଟକ ମାନେ ଯେପରି ପାଇ ପାଇବେ, ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।28 ଟି କଟେଜ ଥିବାବେଳେ 6, ହଜାର ରୁ 8 ହଜାର ଟଙ୍କା ପର୍ଯ୍ୟନ୍ତ ରହିବା ର ବ୍ୟବସ୍ତା କରାଯାଇଛି,ଏଥିରେ ସ୍ଥାନୀୟ, ସମିତି ସଭ୍ୟା, ଶ୍ରୀମତି, ସୁଷମା ପାଙ୍ଗି, ସରୋପଞ୍ଚ, ମାଧବ ନନ୍ଦୀବାଲି ପ୍ରମଖ ଉପସ୍ଥିତ ଥିଲେ,ଉକ୍ତ ଇକୋରି ଟଟିରେ କାମଳା ଏଣ୍ଟ୍ରାପ୍ରାଇଜର, ଜି ଶ୍ରୀନିବାସ ରାଓ ଲାଇଟର ସହଯୋଗ କରିଛନ୍ତି,କରାପୁଟରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ