Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଜନ ସନ୍ଧ୍ୟା ସହ ଶେଷ ହେଲା ଗଜଲକ୍ଷ୍ମୀପୂଜା,ଶୁକ୍ରବାର ବିସର୍ଜନ, ଲକ୍ଷ୍ମୀପୁର

ଲକ୍ଷ୍ମୀପୁର ୦୨/୧୧ ଲକ୍ଷ୍ମୀପୁର ନୂଆ ବସଷ୍ଟାଣ୍ଡ ର ମଣ୍ଡପ ରେ ଗତ କୁମାର ପୁର୍ଣିମା ଠାରୁ ଆରମ୍ଭ ହୋଇଥିବା  ଗଜ ଲକ୍ଷ୍ମୀ ପୂଜା ବୁଧବାର ଦିନ ରାୟଗଡା ର ଭଜନ ସମାରୋହ ସହ ଶେଷ ହୋଇଛି।ଶନିବାର  ଦିନ ସକାଳୁ ସ୍ଥାନୀୟ ଘୋଡ଼ା ବନ୍ଧରୁ ମହିଳା ମାନେ କଳସୀରେ ପାଣି ମଣ୍ଡପ ରେ ଆଣି ସ୍ଥାପନ କରିବା ପରେ ପୂଜା ହୋମଯଜ୍ଞ  ସହ ଆରମ୍ଭ ହୋଇଥିଲା । ଚନ୍ଦ୍ର ଗ୍ରହଣ କାରଣରୁ ଶନିବାର ଗୋଟିଏ ଓଳି ପୂଜା କରିବା ପରେ ପୁଣି ରବିବାର ଦିନ ସକାଳୁ ସକାଳୁ ସ୍ନାନ ମାର୍ଜନା ପରେ  ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା।ଶେଷ ଦିନ ପୂର୍ଣ୍ଣାହୁତି ହୋମରେ ୫ଜଣ କର୍ତ୍ତା ଦମ୍ପତ୍ତି ହୋମରେ ଆହୁତି ପ୍ରଦାନ କରିଥିଲେ।ଶେଷ ଦିନରେ ରାୟଗଡାର ଭଜନ ସନ୍ଧ୍ୟା ସବୁରି ମନ ମୋହିଥିଲା।ପ୍ରଥମ ଦିନରୁ ଶେଷ ଯାଏଁ ଶୃଙ୍ଖଳିତ ଭାବେ ପୂଜା ହୋଇଥିବା ବେଳେ ଶେଷ ଦିନରେ ପ୍ରବଳ ଗହଳି ଲାଗି ରହିଥିଲା।ଗହଳି ଆଖି ଆଗରେ ରଖି ଲକ୍ଷ୍ମୀପୁର ଥାନା ତରଫରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା। ଠାକୁରଙ୍କ ପୂଜାକୁ ନେଇ ବଜାର ପୁରା ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ ପାଞ୍ଚ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ପାଇଁ ପୂଜା କମିଟି ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା।ଫଳରେ ବହୁ ସଂଖ୍ୟାରେ ଭକ୍ତ ମାନେ ମାଙ୍କ ଦର୍ଶନ ପାଇଁ ଆସି ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳି ଥିଲା।ଲାୟୋନ୍ସ ୟୁଥ କ୍ଳବ ଦ୍ୱାରା ଆୟୋଜିତ ପୂଜା ରେ ସଭାପତି ଦୀପକ ଶତପଥି, ନୀଳମାଧବ ସାହୁ,ଚନ୍ଦନ କୁମାର ସାହୁ, ଲକ୍ଷ୍ମୀକାନ୍ତ ବାରିକ, ଉମାଶଙ୍କର ସାହୁ, ବଳିଆ ବିଶୋଇ, ସାନୁ ନନ୍ଦ,ଦୁର୍ଗା ସାହୁ, ସଞ୍ଜୟ ନାୟକ,ସିପୁନ ନାଥ, ସୁନୀଲ ସାହୁ, ଖଗେଶ୍ୱର ଗରଡ଼ା ଙ୍କ ସହ ଅନେକ ଯୁବକ ଭାଇ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ। ଶୁକ୍ରବାର ଦିନ ଗଜଲକ୍ଷ୍ମୀ ଙ୍କୁ ବିସର୍ଜନ କରାଯିବ ବୋଲି କମିଟି ତରଫରୁ ନିଷ୍ପତି ନିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ