ଲାଞ୍ଜିଗଡ ଉପାନ୍ତ ପାହାଡ ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶ୍ୱମୁଣ୍ଡ ବୁଢାରଜାଙ୍କ ବାର୍ଷିକ କଳସ ଯାତ୍ରା

ଭବାନୀପାଟଣା, ୦୩/୧୧ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉପାନ୍ତ ପାହାଡ ପଦର ପଞ୍ଚାୟତ ସାକଡିଂ ଗୁମ୍ଫାରେ ବିଶ୍ୱମୁଣ୍ଡ ବୁଢାରଜାଙ୍କ ବାର୍ଷିକ କଳସ ଯାତ୍ରା ଆଜି ଆରମ୍ଭ ହୋଇ ଯାଇଛି l ଆଜି ଠାରୁ ଶନିବାର ପର୍ଯ୍ୟନ୍ତ ତିନି ଦିନଧରି ସାକଡିଂ ଗୁମ୍ଫାରେ ବିଶ୍ୱମୁଣ୍ଡ ବୁଢାରଜାଙ୍କ ବାର୍ଷିକ ଉତ୍ସର୍ବ ଚାଲିବ l ପ୍ରଥମ ଦିନରେ ବିଶ୍ଵମୁଣ୍ଡ ବୁଢା ରଜାଙ୍କ କଳସ ଶୋଭାଯାତ୍ରା ରେ ଆଖପାଖ ଅଞ୍ଚଳ ଭକ୍ତ ସମେତ ଜିଲ୍ଲା ତଥା ପୋଡ଼ସୀ ଜିଲ୍ଲା ର ହଜାର ହଜାର ମହିଳା ଓ ଅବାଲ ବୃଦ୍ଧବନିତା କଳସ ଯାତ୍ରାରେ ସାମିଲ ହୋଇ ମହାଆଡମ୍ବରରେ ପୂଜାର୍ଚ୍ଚନା କରିଛନ୍ତି l ସୂଚନା ମତେ ଲୋକଙ୍କ ବିଶ୍ୱାସଯେ ପ୍ରଭୁ ବିଶ୍ଵମୁଣ୍ଡ ବୁଢା ରଜାଙ୍କ ପାଖରେ ଯାହାବି ମାନସୀକ କରାଯାଇଥାଏ ତାହା ପୂର୍ଣ ହୋଇ ଥାଏ ବୋଲି ଜିଲ୍ଲା ତଥା ଜିଲ୍ଲା ବାହାରୁ ମଧ୍ୟ୍ୟ ଭକ୍ତ ଙ୍କ ଭିଡ଼ ପ୍ରତିବର୍ଷ ଦେଖିବାକୁ ମିଳିଥାଏ l ପାହାଡ଼ ପଦର ବୁଢାରଜା ପୂଜାକମିଟି ଆନୁକୂଲ୍ୟରେ ହେଉଥିବା ଚଳିତ ବର୍ଷପୂଜା ଆଜି ପ୍ରାରମ୍ଭ ହୋଇ ସପ୍ତମୀ ଦିନରେ ପୂର୍ଣ୍ଣାହୁତି ହେବ l ପୂଜା ପାଇଁ ଗାଁ ତଥା ଆଖପାଖ ଗାଁ ରେ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଉତ୍ସର୍ବମୁଖ ଦେଖିବାକୁ ମିଳୁଛି l ପ୍ରତ୍ୟେକ ଦିନ ରାତିରେ ଲୋକଙ୍କ ମନରଞ୍ଜନ ସକାଶେ ଗୀତିନାଟ୍ୟ,ରେକର୍ଡ ଡ୍ୟାନ୍ସ,ଭଲି ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି l ମନ୍ଦିର ମୁଖ୍ୟ ପୂଜକ ବୁଡୁ ନାଏକ,ଓ ଲୋକନାଥ ମାଝୀ ପୂଜାର୍ଚ୍ଚନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ କଳାହାଣ୍ଡି ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧକ୍ଷ ଶିବାଜୀ ମାଝୀ,ବିଜେପି ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ତଥା ଲାଞ୍ଜିଗଡ ନିର୍ବାଚନ ବିଜେପି ବିଧାୟକ ଆଶାଇ ପାର୍ଥି ରମେଶ ମାଝୀ, ଲାଞ୍ଜିଗଡ ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ବିଭାର, ଯୋଗଦେଇଥିବା ବେଳେ ସନମାନ୍ନୀତ ଅଥିତି ଭାବେ ଯୋଗଦେଇ ଥିଲେ ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ବସନ୍ତ ପଡ଼ା ସରପଞ୍ଚ ଚାଞ୍ଚେର ମାଝୀ, ରାଜେନ୍ଦ୍ର ମହାଲ୍ଲିକ , ନରେନ୍ଦ୍ର ବେହେରା,ସମେତ ଅନେକ ଲୋକପ୍ରତିନିଧି ଯୋଗ ଦେଇଥିଲେ l ବିଶ୍ୱମୂଣ୍ଡ ବୁଢାରଜା ପୂଜା କମିଟି ସଭାପତି ଜଗଦୀଶ ବେନିଆଁ ଙ୍କ ତତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ପାହାଡ଼ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ପୂଜା କମିଟି ଉପ ସଭାପତି କୁମର ନାଏକ, କୋଷାଧକ୍ଷ ବଳଭଦ୍ର ସାହୁ,କମିଟି ଉପଦେଷ୍ଟା ବୈଦ୍ୟନାଥ ନାଏକ, ଜଗଦୀଶ ପୁଟା, ମଧୁସୂଦନ ନାଏକ, ମାଧବ ନାଏକ, ଉଗ୍ରେସନ ବାଗ, ଲିଙ୍ଗରାଜ ଦୁର୍ଗା, ପରମେଶ୍ୱର ନାଏକ, ବନମାଳୀ ମାଝୀ, ସମେତ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ୍ୟ ସହଯୋଗ କରିଥିଲେ l