Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ଆଫ୍ରିକା ବିପକ୍ଷରେ କେମିତି ହେବ ଭାରତର ଚୂଡ଼ାନ୍ତ ଏକାଦଶ ? ବାଭୁମା ନେଇ ପାରନ୍ତି ରିସ୍କ

କୋଲକାତା: ଆଜି ଆଇସିସି ବିଶ୍ଵକପ୍ ୨୦୨୩ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ। ବିଶ୍ଵକପରେ ଭାରତ ଏ ପର‌୍ୟ୍ୟନ୍ତ ଅଜେୟ ରହିଛି। ଦଳ ୭ଟି ମ୍ୟାଚରୁ ୭ଟିରେ ବିଜୟ ହାସଲ କରି ସାରିଛି। ଅନ୍ୟପଟେ ପାକିସ୍ତାନର ବିଜୟରେ ଦକ୍ଷିଣ ଆଫ୍ରିକାକୁ ଫାଇଦା ମିଳିଛି ଏବଂ ଦଳ ଦ୍ଵିତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ତେମ୍ବା ବାଭୁମାଙ୍କ ନେତୃତ୍ଵାଧୀନ ଦଳ ଅଦ୍ୟାବଧି ୭ଟି ମ୍ୟାଚରୁ ୬ଟିରେ ବିଜୟ ହାସଲ କରିଛି। ଉଭୟ ଦଳ ବେଶ ଶକ୍ତିଶାଳୀ ଥିବାରୁ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଆଜିର ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କ୍ଷୀଣ ଲାଗୁଛି। ଭାରତ ତିନି ଦ୍ରୁତ ବୋଲର, ଜଣେ ସ୍ପିନର, ଜଣେ ସ୍ପିନ ଅଲରାଉଣ୍ଡର ଓ ଛଅ ବିଶେଷଜ୍ଞ ବ୍ୟାଟର ସହ ମଇଦାନକୁ ଓହ୍ଲାଇବ। ଆଜି ପୁଣି ଥରେ କ୍ରିକେଟ୍ ପ୍ରେମୀ ମହମ୍ମଦ ଶାମିଙ୍କଠୁ ଦମଦାର ପ୍ରଦର୍ଶନର ଆଶା କରିଛନ୍ତି। ଶାମି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ସାମିଲ୍ କରାଯାଇଛି।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଇଡେନ ଗାର୍ଡେନ୍ସର ପିଚ୍ ସ୍ପିନରଙ୍କୁ ବେଶ ସୁହାଇଥାଏ। ଏମିତିରେ ଦକ୍ଷିଣ ଆଫ୍ରିକା ଦୁଇ ସ୍ପିନର ସହିତ ମଇଦାନକୁ ଓହ୍ଲାଇପାରେ। ଅଧିନାୟକ ତେମ୍ବା ବାଭୁମା ସଙ୍କେତ ଦେଇ ସାରିଛନ୍ତି ଯେ, କେଶବ ମହାରାଜଙ୍କ ସହ ତବରେଜ ଶମ୍ସିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଶମସି ଆସିଲେ ଦ୍ରୁତ ବୋଲ ଗେରାଲ୍ଡଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଏମିତିରେ ବି ଶମସିଙ୍କ ଭାରତ ବିପକ୍ଷରେ ସେମିତି ଖାସ୍ ରେକର୍ଡ ନାହିଁ। ସେ ଭାରତ ବିପକ୍ଷରେ ୬ଟି ଦିନିକିଆରେ ୬.୪୮ ହାରରେ ୫ ଓ୍ଵିକେଟ୍ ନେଇଛନ୍ତି।

ଭାରତର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ୍ କିପର), ସୂର‌୍ୟ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ତେମ୍ବା ବାଭୁମା(ଅଧିନାୟକ), କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ରସି ଭାନ ଡର ଡସେନ, ଆଡନ ମାରକ୍ରମ, ହେନରିକ କ୍ଲାସେନ, ଡେଭିଡ୍ ମିଲର, ମାର୍କୋ ଜନସେନ, ଗେରାଲ୍ଡ କୋଏତଜି/ତବରେଜ ଶମ୍ସି, କେଶବ ମହାରାଜ, କାଗିସୋ ରାବଡ଼ା, ଲୁଙ୍ଗି ଏନଗିଡ଼ି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ