Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନତା ଦରବାର ପାର୍ଟି ଉଦ୍ଘାଟିତ ; ପ୍ରଶାସନ ସୁଦୃଢ ହେଲେ ହିଁ ଉତ୍ତମ ଶାସନ ବ୍ୟବସ୍ଥା ଗଢି ହେବ।

କଳାହାଣ୍ଡି, ୦୫/୧୧ (ଜଗନ୍ନାଥ ନାଏକ) : ଭୁବନେଶ୍ବର ଖାରବେଳ ନଗର ୟୁଜେଏ ଭବନ ପରିସରରେ ଜନତା ଦରବାର ପାର୍ଟି ନାମକ ଏକ ନୂତନ ରାଜନୈତିକ ଦଳ ଉଦ୍ଘାଟିତ ହେଇ ଯାଇଛି। ଦଳ ସଭାପତି ପର୍ଶୁରାମ ବିଶ୍ବାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଅବସରପ୍ରାପ୍ତ ବିଚାରପତି ଉମାଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଦଳ ସାଧାରଣ ସମ୍ପାଦକ ବିଜୁ ତ୍ରୀପାଠୀ ଆଭିମୁଖ୍ୟ ବିବରଣୀ ଉପସ୍ଥାପନ କରିଥଲେ। ଦଳ ସଂପାଦକ ବିପ୍ଳବ ପାଣି ସଂଯୋଜନା କରିଥଲେ। ପ୍ରଶାସନ ର ଦୁର୍ବଳତା ହେତୁ ରାଜ୍ଯ ତଥା ଦେଶ ଶାସନ ବ୍ୟବସ୍ଥା ସୁଦୃଢ ହେଇ ପାରୁ ନାହିଁ। ପ୍ରଶାସନିକ ସ୍ତର ରେ ସୁଦୃଢତା,ସ୍ବଚ୍ଛତା, ସ୍ତାୟିତ୍ୱତା, ଦକ୍ଷତା, ସତ ପ୍ରତିଶତ ନିଯୁକ୍ତତା ଆଦି ହେଇ ପାରିଲେ ସ୍ୱଚ୍ଛ, ନିର୍ମଳ, ଜନ ବିକାଶ ଶାସନ୍ ବ୍ୟବସ୍ଥା ଆସିବ ଯାହାକି ନବ ଗଠିତ ଜନତା ଦରବାର ପାର୍ଟି ଯୋଜନା କରିଥିବା ଘୋଷଣା କରାଯାଇଛି ପ୍ରଥମ ଉଦ୍ଘାଟନୀ ଦିବସରେ। ଏହି ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ ରାଜ୍ଯ ସଭାପତି ଶଶି ଭୂଷଣ ପ୍ରହରାଜ ଙ୍କୁ ଦକ୍ଷ ସଂଗଠକ୍,ଦକ୍ଷ ଓ ନିର୍ଭୀକ ସାମ୍ବାଦିକ , ସମାଜସେବା ସମନ୍ଵୟ ପାଇଁ ‘ ବିଶିଷ୍ଟ ସାମ୍ୱାଦିକ ‘ ସମ୍ମାନ ରେ ସମ୍ମାନିତ କରିଛନ୍ତି ଦଳ ପକ୍ଷରୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ