Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ସାଙ୍ଗଠନିକ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ?

ଭବାନୀପାଟଣା, ୦୫/୧୧ (ଜଗନ୍ନାଥ ନାଏକ) : ନର୍ଲା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଜିଲ୍ଲାର ପାଞ୍ଚ ବିଧାନସଭା ଆସନ ରୁ ନର୍ଲା ଆସନ ଟି ଏକ ଚର୍ଚ୍ଚିତ ଆସନ କହିଲେ ଅତ୍ୟୁକ୍ତି ହେବ ନାହିଁ ,ଏହି ଆସନ ପାଇଁ ବିଜେଡି ଦଳର ଅନେକ ହେଭିୱେଟ ଦଳୀୟ କର୍ମକର୍ତ୍ତା ଓ ବ୍ୟୁରୋକ୍ରାଟ ଆଶାୟୀ ଥିବା ବେଳେ ସେଥିରୁ ବାଦ୍ ପଡ଼ି ନାହାନ୍ତି ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ଗତ ୦୧.୧୧ ବୁଧବାର ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା କୁ ସରକାରୀ ଗ୍ରସ୍ତରେ ଆସି ଦୁଇ ପ୍ରମୁଖ ଅନୁଷ୍ଠାନ ସରକାରୀ ମେଡିକାଲ୍ କଲେଜ କୁ ସହିଦ ରେଣ୍ଡୋ ମାଝୀ ଙ୍କ ନାମରେ ନାମିତ କରିବା ସହ ସରକାରୀ ମହାବିଦ୍ୟାଳୟ କୁ କଳାହାଣ୍ଡି ର ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଙ୍କ ନାମରେ ନାମିତ କରି ଜିଲ୍ଲା କୁ ରାଜନୈତିକ ଛୁଙ୍କ ଦେଇଛନ୍ତି ଏବଂ ,ଅନେକ ପ୍ରକଳ୍ପ କାର୍ଯ୍ୟ ପାଇଁ ୧୨ ସ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି ଓ ପ୍ରତି ପଂଚାୟତ କୁ ଲକ୍ଷ୍ମୀ ବସ ଯୋଜନା ର ଶୁଭାରମ୍ଭ କରିଥିବାରୁ ବର୍ତ୍ତମାନ ଜିଲ୍ଲାର ରାଜନୈତିକ ମାହୋଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ଏଭଳି ସ୍ଥିତିରେ ଗତ ୦୩.୧୧ ଶୁକ୍ରବାର ଦିନ ନର୍ଲା ଖେଳ ପଡିଆ ଠାରେ ସରକାରୀ ଭାବରେ ରାଜ୍ୟ ସରକାର ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଭର୍ଟୁଆଲ୍ ମୋଡ ରେ ଜିଲ୍ଲାର ୫ ଟି ନିର୍ବାଚନ ମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଛନ୍ତି ,ଏଭଳି ଗୋଟେ ଗୁରୁତ୍ଵ ବହନ କରୁଥିବା ସଭାରେ ହଜାର ହଜାର ଜନସାଧାରଣ ଙ୍କ ସମାଗମ ସହ ନର୍ଲା ବ୍ଲକ ର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସରପଞ୍ଚ, ସମିତି ସଭ୍ୟ ,ବିଭାଗୀୟ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ କିନ୍ତୁ ଏଭଳି ଏକ ଭବ୍ଯ କାର୍ଯ୍ୟକ୍ରମ ରେ ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତ କରିଥିବା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତି ଚିତ୍ତରଞ୍ଜନ ମଣ୍ଡଳ ( ବାବୁଲି ) ଭାଇ ଙ୍କୁ ଦେଖିବାକୁ ମିଳି ନ ଥିଲା ଫଳରେ ବିରୋଧୀ ଶିବିର କୁ ବିଜେଡି କନ୍ଦଳ ବେଶ୍ ଚର୍ଚ୍ଚାର ଖୁରାକ ଯୋଗାଇଛି ,ପ୍ରକୃତରେ ତାଙ୍କୁ ନିମନ୍ତ୍ରଣ ହେଇଥିଲା କି ନାହିଁ, କି ସେ ନିଜକୁ ଦୂରେଇ ରଖିଲେ ଏହା ବର୍ତମାନ ପାଇଁ ଏକ ବଡ଼ ପ୍ରଶ୍ନ ଏଣୁ ବିରୋଧୀଙ୍କ ବିରୋଧୀ ଙ୍କମତରେ, ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ କଳାହାଣ୍ଡି ବିଜେଡି ସଙ୍ଗଠନ ରେ ଦ୍ଵନ୍ଦ ଆଗକୁ ବୁମେରାଙ୍ଗ ହୋଇପାରେ, କାରଣ ଲୋକ ଙ୍କ ମତରେ ନର୍ଲା ଆସନ ଆଶାୟୀ ଙ୍କ ମଧ୍ୟରେ ବିଧାୟକ ଭୂପିନ୍ଦର ସିଂ ବର୍ତ୍ତମାନ ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦୁ ସିଂଦେଓ ରାଜ୍ୟ ବିଜେଡି ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ , ରାଜ୍ୟ ଉପସଭାପତି ଶାରଦା ପ୍ରସନ୍ନ ସ୍ୱାଇଁ ଏବଂ ନର୍ଲା ବ୍ଲକ ରୁ ଦୁଇ ଦୁଇ ଥର ଜନ ସମର୍ଥନ ହାସଲ କରିଥିବା ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ ପ୍ରମୁଖ ଦାବେଦାର ଥିବା ଲୋକେ ଆଲୋଚନା କରୁଥିବା ବେଳେ ନିର୍ବାଚନ ମଣ୍ଡଳୀ ର ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ କେସିଙ୍ଗା ବ୍ଲକ ର ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ସିଇଓ ପ୍ରେମାନିଧି ସେଠ୍ ଓ କରଲାମୁଣ୍ଡା ବ୍ଲକ ର ସମ୍ବଲପୁର ବିଶ୍ଵବିଦ୍ୟାଳୟ ର କୁଳପତି ଡକ୍ଟର ନୃପରାଜ୍ ସାହୁ ମଧ୍ୟ ନିର୍ବାଚନୀ ମଇଦାନ ରେ ପାଦ ଦେବା ପାଇଁ ସଜବାଜ ହେଉଥିବା,ବତେଘାଟେ ଆଲୋଚନା ହେଉଛି ଏଣୁ ଏପରି ଘଡ଼ିସନ୍ଧି ସମୟରେ ନେତାଙ୍କ ଆଚରଣ ଓ ଉଚ୍ଚାରଣ ବ୍ୟବହାରିକ ଦୃଷ୍ଟିକୋଣ କେମିତି ରହିବା କଥା ତାହା,ଦଳର ସାଙ୍ଗଠନିକ ଶୀର୍ଷ ନେତୃତ୍ୱ ସ୍ଥିରକରିବେ, କିନ୍ତୁ ଅଞ୍ଚଳର ବିରୋଧୀ ଏବଂ ବୁଦ୍ଧିଜୀବୀ ବେଶ୍ ଚତୁରତାର ସହ ଏହାକୁ ପରଖୁଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ