Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵକପ୍ ୨୦୨୩ରେ ସେମିରେ ମୁହାଁମୁହିଁ ହୋଇ ପାରନ୍ତି ଭାରତ ଓ ପାକିସ୍ତାନ, ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ: ଏମିତି ସମୟ ଥିଲା ପାକିସ୍ତାନ ବିଶ୍ଵକପ୍ ୨୦୨୩ର ସେମି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବାର ଦ୍ଵାର ଦେଶରେ ଥିଲା। ମାତ୍ର ଲଗାତାର ଦୁଇଟି ମ୍ୟାଚ୍ ଜିତି ଏବଂ ନ୍ୟୁଜିଲାଣ୍ଡ ଲଗାତାର ୪ଟି ମ୍ୟାଚ୍ ହାରିବା ପରେ ପାକିସ୍ତାନର ସେମି ଆଶା ଉଜ୍ଜବୀତ ରହିଛି। ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ଵକପରେ ମହାମୁକାବିଲା ଦେଖିବାକୁ ମିଳିପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ସେମି ଫାଇନାଲ୍ ମୁକାବିଲା ଖେଳା ଯିବାର ସମ୍ଭାବନା ରହିଛି।
ଭାରତୀୟ ଦଳ ବିଶ୍ଵକପ ୨୦୨୩ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଯଦି ପାକିସ୍ତାନ ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରେ ତେବେ ଦଳ ଚତୁର୍ଥ ସ୍ଥାନରେ ରହିବ। ଏମିତି ସ୍ଥିତିରେ ଆଇସିସି ନିୟମ ଅନୁସାରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ଦଳ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳ ମଧ୍ୟରେ ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଯଦି ଏମିତି ହୁଏ ତେବେ କୋଲକାତାର ଇଡେନ ଗାର୍ଡେନ୍ସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବ।

ବିଶ୍ଵକପ୍ ୨୦୨୩ର କ୍ରୀଡ଼ାସୂଚୀ ଅନୁସାରେ ପ୍ରଥମ ସେମି ଫାଇନାଲ୍ ନଭେମ୍ବର ୧୫ରେ ମୁମ୍ବାଇରେ ଖେଳାଯିବ। ଦ୍ଵିତୀୟ ସେମି ଫାଇନାଲ୍ କୋଲକାତାରେ ନଭେମ୍ବର ୧୬ରେ ଖେଳାଯିବ। ଆଇସିସି ଏହା ମଧ୍ୟ ଜଣାଇଥିଲା ଯେ, ଯଦି ଭାରତ ସେମି ଫାଇନାଲରେ ପହଞ୍ଚେ ତେବେ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ ଓ ପାକିସ୍ତାନ ଦଳ ସେମି ଫାଇନାଲରେ ପହଞ୍ଚିଲେ ମ୍ୟାଚ୍ କୋଲକାତାରେ ଖେଳାଯିବ। ଏଥିରେ ମଧ୍ୟ ଗୋଟିଏ ସର୍ତ୍ତ ରଖାଯାଇଥିଲା।

ଆଇସିସି କ୍ରୀଡ଼ା ସୂଚୀର ସୂଚନା ଦେଇ ଜଣାଇଥିଲା ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ସେମି ଫାଇନାଲ୍ ଖେଳାଯାଏ ତେବେ ମ୍ୟାଚ୍ କୋଲକାତାରେ ଖେଳାଯିବ। ତେବେ ଏହାର ସୂଚନା ଦିଆଯାଇ ନ ଥିଲା ଯେ, ଏହି ମୁକାବିଲା ନଭେମ୍ବର ୧୫ ନା ନଭେମ୍ବର ୧୬ରେ ଖେଳାଯିବ। ପାକିସ୍ତାନ ଯଦି ସେମିରେ ପହଞ୍ଚେ ତେବେ ସୁରକ୍ଷା ଓ ବ୍ରଡକାଷ୍ଟିଂକୁ ଦୃଷ୍ଟିରେ ରଖି ଦ୍ଵିତୀୟ ସେମି ଫାଇନାଲ୍ ପ୍ରଥମେ ଏବଂ ପ୍ରଥମ ସେମି ଫାଇନାଲ୍ ପରେ ଖେଳାଯିବ।

ସେମିରେ କେମିତି ପହଞ୍ଚିବ ପାକିସ୍ତାନ ?

ପାକିସ୍ତାନ ଦଳ ନିଜର ଶେଷ ମ୍ୟାଚରେ ଇଂଲଣ୍ଡକୁ ଭେଟିବ। ଯଦି ପାକିସ୍ତାନ ଏହି ମ୍ୟାଚକୁ ଜିତିଯାଏ ତେବେ ଦଳର ପଏଣ୍ଟ ୧୦ରେ ପହଞ୍ଚିବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ନିଜର ଶେଷ ମୁକାବିଲା ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତେ ତେବେ ପଏଣ୍ଟ ୧୦ରେ ପହଞ୍ଚିବ। ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଆଧାରରେ ଗୋଟିଏ ଦଳ ସେମିରେ ପହଞ୍ଚିବ। ଯଦି ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଏ ତେବେ ପାକିସ୍ତାନ ସେମି ପାଇଁ ଯୋଗ୍ୟତା ଅର୍ଜନ କରିବ। କିନ୍ତୁ ଏହା ସେତେ ସହଜ ନୁହେଁ।

ପାକିସ୍ତାନକୁ ଆଫଗାନିସ୍ତାନଠୁ ମଧ୍ୟ ଟକ୍କର ମିଳିପାରେ। କାରଣ ଆଫଗାନିସ୍ତାନର ଏବେ ଆହୁରି ଦୁଇଟି ମୁକାବିଲା ବାକି ରହିଛି ଓ ଦଳ ୧୨ ପଏଣ୍ଟରେ ପହଞ୍ଚି ପାରିବ। ତେବେ ଆଫଗାନିସ୍ତାନ ଶେଷ ଦୁଇଟି ମ୍ୟାଚ୍ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ଦଳ ବିପକ୍ଷରେ ରହିଛି। ଏମିତିରେ ଭାରତ ଓ ଦକ୍ଷିଣ ଆଫ୍ରିକା ପରେ ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ ସେମିରେ ପହଞ୍ଚିବ। ମାତ୍ର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କୌଣସି ଗୋଟିଏ ଦଳ ସେମିରେ ପହଞ୍ଚିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ