ଦାୟିତ୍ବ ଗ୍ରହଣ କଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଓ ୨ ନୂତନ ସଦସ୍ୟ


କଳାହାଣ୍ଡି,୦୫/୧୧-କଳାହାଣ୍ଡି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ଓ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କୁ ମନୋନୀତ କରାଯିବା ପରେ ଏବେ ପରିଷଦର ଉପାଧ୍ୟକ୍ଷା ଓ ଦୁଇଜଣ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି ! ପରିଷଦର ଉପାଧ୍ୟକ୍ଷା ଭାବେ ସ୍ବର୍ଣ୍ଣଚମ୍ପା ମାଝୀ, ଦୁଇଜଣ ସଦସ୍ୟ ଭାବେ ଇଂ ସୁଶୀଲ କୁମାର ଶବର ଓ ଜନ୍ମେଜୟ ମାଝୀ ମନୋନୀତ ହୋଇଛନ୍ତି ! ଆଜି ନୂତନ ଉପାଧ୍ୟକ୍ଷା ଶ୍ରୀମତୀ ମାଝୀ ଓ ଦୁଇଜଣ ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଦାୟିତ୍ବ ଗ୍ରହଣ ସଂପର୍କରେ ଅବଗତ କରାଇଥିଲେ ! ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଉପସ୍ଥିତିରେ ଉପାଧ୍ୟକ୍ଷା ଓ ଦୁଇଜଣ ସଦସ୍ୟ ଦାୟିତ୍ବ ଗ୍ରହଣ କରିଥିଲେ ! ଦାୟିତ୍ବ ଗ୍ରହଣ ପରେ ପରେ ପରିଷଦର ଅଧ୍ୟକ୍ଷ ଶ୍ରୀ ମାଝୀ ନୂତନ କର୍ମକର୍ତ୍ତାଙ୍କୁ ସ୍ବାଗତ କରିବା ସହିତ ଜିଲ୍ଲାର ବିକାଶ ଦିଗରେ ପରିଷଦ ପକ୍ଷରୁ ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ବାରୋପ କରାଯିବ ବୋଲି ସେ କହିଛନ୍ତି !