Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେଲା ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ଧନସୁଲି ଗ୍ରାମ ପଞ୍ଚାୟତ ର ନଲାଚୁଆ ଗାଁରେ

ଭବାନୀପାଟଣା, ୦୭/୧୧ (ଜଗନ୍ନାଥ ନାଏକ) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ଗ୍ରାମ ପଞ୍ଚାୟତ ର ନଲାଚୁଆ ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି ଦୀର୍ଘ ୫ କିମି ପାହାଡିଆ ରାସ୍ତାରେ ଦେଇ ଖଟିଆ ରେ ବୁହା ହେଲା ପରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ଜଣେ ଗର୍ଭବତୀ ମହିଳା।ଭାଗ୍ୟ କୁ ମା ପୁଅ ସୁରକ୍ଷିତ ଥିବାବେଳେ ଜନନୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ଏକ ଘଟଣା ଜୟପାଟଣା ବ୍ଲକ ଧନସୁଲି ଗ୍ରାମ ପଞ୍ଚାୟତ ର ଅତି ଦୁର୍ଗମ ଅଞ୍ଚଳ ର ନଲାଚୁଆ ଗ୍ରାମ ରୁ ଶୁକ୍ରୀ ଯାନୀ (୩୦) ଙ୍କୁ ଆଜି ସକାଳ ଭୋର ୭ ଟା ରେ ପ୍ରସବ ପୀଡା ହୋଇ ଥିଲା। ଏନେଇ ଗାଁ ଲୋକେ ଜନନୀ ସୁରକ୍ଷା ଯୋଜନା ର ଗାଡ଼ି କୁ ଫୋନ୍ କରିଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ଗାଁ କୁ ରାସ୍ତା ନ ଥିବାରୁ ୫ କିମି ଦୂର ଵାଙ୍ଗଟି ସାହାଜ ଗ୍ରାମ ପାଖରେ ଜନନୀ ସୁରକ୍ଷା ଗାଡ଼ି ଅଟକି ରହିଥିଲା। ତେବେ କୈାଣସି ଉପାୟ ନ ପାଇ ଗାଁ ଲୋକଙ୍କ ସହ ଶୁକ୍ରୀ ଙ୍କ ସ୍ବାମୀ ସୀତାରାମ ଯାନୀ ବୋହି ଆଣୁଥିଲେ ହେଲେ ଅଧା ବାଟରେ ଶୁକ୍ରୀ ଙ୍କୁ ପ୍ରସବ ଯନ୍ତ୍ରଣା ହେବା ସହ ଏକ ପୁତ୍ର ସନ୍ତାନ ଜନ୍ମ ହେଇଥିଲା। ଖବର ପାଇ ଧନସୁଲି ସ୍ବାସ୍ଥ୍ୟ କେନ୍ଦ୍ର ର ନର୍ସିଂ ଅଫିସର ତୁସୁମ କୁମାର ଏ ଏନ୍ ଏମ୍ ଚନ୍ଦ୍ରକାନ୍ତ ମାଝୀ ଓ ଆଶାକର୍ମୀ ତୁଳସା ନାଏକ ପହଞ୍ଚି ମା ପୁଅ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ମା ପୁଅ ସୁସ୍ଥ ଥିବା ଜଣାପଡିଛି।ପୁଅ ଜନ୍ମ ହେଲାପରେ ଶୁକ୍ରୀ ଙ୍କ ପରିବାର ଅନିଚ୍ଛା ପ୍ରକାଶ କରିବା ସତ୍ତ୍ୱେ ନର୍ସିଂ ଅଫିସର ତୁସୁମୀ ପ୍ରାଥମିକ ସ୍ବାସ୍ଥ୍ୟ ପ୍ରାଥମିକ ଚିକିତ୍ସା ପରେ ମା ପୁଅ ଙ୍କୁ ସୁରକ୍ଷା ପାଇଁ ଡାକ୍ତରଖାନା କୁ ନେବା ପାଇଁ ବୁଝାଇଥିଲେ ପରେ ମା ପୁଅ କୁ ଜନନୀ ସୁରକ୍ଷା ଗାଡ଼ି ରେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ସରକାର ଦୁର୍ଗମ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରୁଥିବା କେବେ ବିକାଶ ହେବ ତାହା ପ୍ରସ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଜନପ୍ରତିନିଧିଙ୍କ ଅବହେଳା ଯୋଗୁଁ ସବୁ ଯୋଜନା ଓ ବ୍ୟବସ୍ଥା ବାଟବଣା ହେଉଥିବା ଅଭିଯୋଗ ହେଉଛି।