Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ସହର ଏସ.ଏନ. କନଫ୍ରେନ୍ସ ହଲ ଠାରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୦୮/୧୧ (ଜଗନ୍ନାଥ ନାଏକ) : ଭବାନୀପାଟଣା ସହର ଏସ.ଏନ. କନଫ୍ରେନ୍ସ ହଲ ଠାରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। କଳାହାଣ୍ଡି ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ପ୍ରବୋଧ ରଥ ଙ୍କ ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ବୈଠକ ରେ ରାଜ୍ୟ ସଭାପତି ଲୋକନାଥ ପାଣି,ଉପ ସଭାପତି ଶ୍ରୀକାନ୍ତ ପାଣି, ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ମଂଚାସୀନ ହୋଇଥିଲେ। ଲଷ୍ମୀ ବସ ପ୍ରଚଳନ ଦ୍ୱାରା ଘରୋଇ ବସ କେଉଁ ଭଳି କ୍ଷତିଗ୍ରସ୍ତ ହେବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ନିଷ୍ପତି ନେଲେ ଆସନ୍ତା ୩୦ ନଭେମ୍ବର ମଧ୍ୟରେ ସରକାର ତାଙ୍କ ଦାବୀ ନ ମାନନ୍ତି ତେବେ ୧ ଡିସେମ୍ବର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସ ବନ୍ଦ କରିବେ। କୌଣସି ରାଜନୈତିକ ଦଳ ର କାର୍ଯ୍ୟକ୍ରମ ରେ ଘରୋଇ ବସ ଦେବେନାହିଁ ବୋଲି ସଂଘ ନିଷ୍ପତି ନେଇଛି। ଅନ୍ୟତମ ଘରୋଇ ମାଲିକ ଜନାର୍ଦ୍ଧନ ପଣ୍ଡା କହିଲେ ଲଷ୍ମୀ ବସ ଓ ଏସ ଆର ଟି ସି ର ନା ସରକାରଙ୍କ ବସ ସନ୍ଦେହ ଜନକ ଯେହେତୁ ଲଷ୍ମୀ ବସ ରେ ଶଙ୍ଖ ଚିହ୍ନ ଅଛି.ଲଷ୍ମୀ ବସ ବେନିୟମ ପର ମିଟ ନେଇଥିବାରୁ କୋର୍ଟ ର ଆଶ୍ରୟ ନେବାକୁ କହିଥିଲେ। ଶେଷରେ ଝୁନୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ