Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଜିମାଳି ଖଣିଖନନ ପ୍ରଭାବିତ ଙ୍କ ସପକ୍ଷରେ ଲଢେ଼ଇ କରିବ ଆମ୍ ଆଦମୀ ପାର୍ଟି

ଭବାନୀପାଟଣା, ୦୮/୧୧ (ଜଗନ୍ନାଥ ନାଏକ) : ସିଜିମାଳି ଖଣିଖନନ ପ୍ରସଙ୍ଗ ରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ର ଜନ ଶୁଣାଣି କୁ ପ୍ରଭାବିତ ହେବାକୁ ଥିବା ସ୍ଥାନୀୟ ଜନସାଧାରଣ ଜୋରଦାର ବିରୋଧ କରୁଥିବା ବେଳେ କମ୍ପାନୀ ବିରୋଧରେ ମୁହଁ ଖୋଲୁନାହାନ୍ତି ସ୍ଥାନୀୟ କୌଣସି ରାଜନେତା । ନିରୀହ ଆଦିବାସୀ ମାନେ ଯେଉଁ ମାନଙ୍କୁ ବାରମ୍ବାର ଭୋଟ ଦେଇ ତାଙ୍କ ସୁଖ ଦୁଃଖ ରେ ସାହା ହେବେ ବୋଲି ବିଧାନସଭା ଲୋକସଭା କୁ ପଠେଇ ଆସୁଛନ୍ତି ଏବଂ ନିର୍ବାଚନ ରେ ଜିତେଇ ପାୱାର ଦେଇଛନ୍ତି ଆଉ ଭାବୁଛନ୍ତି ଜିତିଲା ପରେ ଆମ ସୁଖ ଦୁଃଖ ରେ ସାମିଲ ହେବେ ବୋଲି , କିନ୍ତୁ ସହଯୋଗ ର ହାତ ବଢ଼ାଇବା ପରିବର୍ତ୍ତେ ପ୍ରତାରଣା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା। ତାଙ୍କ ସପ୍ନ କେବଳ ସ୍ବପ୍ନ ରେ ହିଁ ରହି ଯାଉଛି। ସେହି ପରିପେକ୍ଷୀ ରେ ଆମ୍ ଆଦମୀ ପାର୍ଟିର କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ ସିଜି ମାଳି ପ୍ରଭାବିତ ଙ୍କ ସମର୍ଥନ ରେ ବାହାରିବା ପାଈଁ ଦଳ ତରଫରୁ ଅଣ୍ଟା ଭିଡିଛନ୍ତି। ଆଉ ସିଜିମାଳି କୁ ସମର୍ଥନ କରିବା ଦିଗରେ ଅଦ୍ୟ ତା. 08/11/23 ରିଖ ଦିନ ନର୍ଲା ନିର୍ବାଚନ ମଣ୍ଡଳୀ ର ରୁପ୍ରା ଠାରେ ଦଳୀୟ ପଦାଧିକାରୀ ଙ୍କ ସହିତ ଏବଂ ବିଭିନ୍ନ ପଞ୍ଚାୟତ କୁ ଗସ୍ତ କରି ପଞ୍ଚାୟତ କମିଟି ର ପଦାଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି । ଆଉ କହିଛନ୍ତି ଆମ୍ ଆଦମୀ ପାର୍ଟି ହଉଛି ସାଧାରଣ ଲୋକଙ୍କ ପାର୍ଟି ଆଉ ସବୁବେଳେ ସାଧାରଣ ଲୋକଙ୍କ ହକ୍ ପାଈଁ ଲଢେ଼ଇ କରେ ତେଣୁ ସିଜି ମାଳି ପ୍ରଭାବିତ ଙ୍କ ହକ ପାଇଁ ଆମ୍ ଆଦମୀ ପାର୍ଟି ଲଢେ଼ଇ ଜାରି ରଖିବ ଏବଂ ଦଳ ତରଫରୁ ମୁଁ ନିଜେ ନେତୃତ୍ତ ନେବି ବୋଲି କହିଛନ୍ତି। ଆଉ କହିଛନ୍ତି ସିଜୀମାଳି ପ୍ରତି ବହୁତ୍ ଅନ୍ୟାୟ ହେଇଛି ଅନେକ ସାଧାରଣ ଲୋକ ଙ୍କୁ ମିଛ କେଶ ରେ ଆରେଷ୍ଟ କରି ଜେଲ୍ ରେ ଭର୍ତ୍ତି କରାଯାଇଛି, ଏହା ନିଶ୍ଚିତ ଭାବରେ ଗଣତନ୍ତ୍ର ରାଷ୍ଟ୍ର ପାଈଁ ଶୁଭଙ୍କର ନୁହଁ ଏଥିପ୍ରତି ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ପେସା କାନୁନ୍ ଅନୁସାରେ ଗ୍ରାମସଭା ହେଲା ପରେ ଯାଇ ଯେକୌଣସି ନିଷ୍ପତି ନେବା କଥା କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟ ର କଥା କୌଣସି ଗ୍ରାମସଭା ନ ହେଇ ତରବରିଆ ଭାବରେ କାହିଁକି ଖଣି ଚୁକ୍ତି କରା ହେଲା ବୋଲି ସିଧାସଳଖ ସରକାର ଙ୍କୁ ସମାଲୋଚନା କରିଛନ୍ତି। ଏବଂ ବୈଠକ ମାଧ୍ୟମ ରେ ଗୋଟେ ପ୍ରତିନିଧି ଦଳ ଶିଜିମାଳି କୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ଦଳ ତରଫରୁ ସବୁ ସ୍ତରରେ ଏହି ପ୍ରସଙ୍ଗ କୁ ନେଇ ବିରୋଧ କରାଯିବ ଏବଂ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିବୁ ବୋଲି କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ.. ଜିଲ୍ଲା ଆବାହକ ସତ୍ୟ ମାହାର, ନର୍ଲା ବ୍ଲକ ସଭାପତି ଶ୍ରୀ ଭୂପିନ୍ଦର ଦୀପ, ଟାଉନ୍ ସଭାପତି ଦୁର୍ଜନ ବାଗ, ଖିତିଶ ନାଏକ, ଭୁଜ ବାଗ୍, ଫକିର କୁମାର୍, ଦିଲ୍ଲୀପ ନାଏକ, ତ୍ରିଲୋଚନ ରାଉତ,ପ୍ରମୁଖ ମ।ନେ ଯୋଗଦେଇଥିଲେ। ଏବଂ ଚଳିତ ମାସ 15 ତାରିଖ ରେ ଆଦିବାସୀ ମାନଙ୍କ ଦ୍ଵାରା ହେବାକୁ ଥିବା ଆଦିବାସୀ ଙ୍କ କାର୍ଯ୍ୟକ୍ରମ କୁ ଆମ୍ ଆଦମୀ ପାର୍ଟି ସମର୍ଥନ କରିବ ବୋଲି କଳାହାଣ୍ଡି ଲୋକସଭା ସଭାପତି ଘୋଷଣା କରିଥିଲେ। ଏବଂ ତା ସହିତ ଶିଜିମାଳି ସପକ୍ଷରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ପ୍ରତି ଜିଲ୍ଲା ସ୍ତରରେ ରେ ଓ ରାଜ୍ୟ ସ୍ତରରେ କରିବା ପାଇଁ ସମସ୍ତ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ମାନଙ୍କୁ ମୁଁ ଲିଖିତ ମାଧ୍ୟମରେ ଅନୁରୋଧ କରିବି ଏବଂ ଆସନ୍ତା ସାତ ଦିନ ମଧ୍ୟରେ ଏହି ପ୍ରସଙ୍ଗ କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯିବ ଏବଂ ଜିଲ୍ଲା ସ୍ତର ରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବଡ଼ ଧରଣର ପ୍ରତିବାଦ କରାଯିବା ପାଇଁ ଆମେ ସମସ୍ତ ମହଲରେ ଦାବି ରଖିବୁ ବୋଲି କଳାହାଣ୍ଡି ଲୋକସଭା ସଭାପତି ଶ୍ରୀ କୃତିବାସ ମୁଣ୍ଡ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ