Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ବ୍ଲକ ସ୍ତରିୟ “ପରବ ୨୦୨୩” ଅନୁଷ୍ଠିତଲକ୍ଷ୍ମୀପୁର.୦୮।୧୧ ..

କୋରାପୁଟ ଜିଲ୍ଲାର ଆଦିବାସି କଳା ସଂସ୍କୃତି ଓ ପରମ୍ପରାର ମିଳନ  ବ୍ଲକ ସ୍ତରିୟ ସାଂସ୍କୃତିକ ମହସ୍ଛୋବ “ପରବ ୨୦୨୩” ମହା ସମାରୋହରେ ପାଳିତ ହୋଇଜାଇଛି।
ଶୁକ୍ରବାର ଦିନ ସକାଳୁ ବିଡିଓ ଗୁରେସ୍ୱର୍ ଭୋଇଙ୍କ ଅଧକ୍ଷତାରେ ଲକ୍ଷ୍ମୀପୁର ଅଧିଷ୍ଟାତ୍ରୀ ଦେବି ମା ମୁଁତ୍ୟାଲୁ ମାଙ୍କ ମନ୍ଦିରରୁ ପୁଜାର୍ଚନା କରା ଜାଇଥିଲା।ସେଠାରୁ ଏକ ବିରାଟ ପଟୁଆରରେ ପରବ ମଶାଲ୍ ସହ ସ୍ଵୟଂ ସହାୟକ ଗୋଷ୍ଠିର ମହିଳା ଓ ପାଚିକା ମାନଙ୍କ ଦ୍ଵାରା କଳଶ ଶୋଭା ଯାତ୍ରା ବାହାରି ସମ୍ପୁର୍ଣ ଅଞ୍ଚଳ ପରିଭ୍ରମଣ କରି ପରବ ଆୟୋଜିତ ବ୍ଲକ ପଡିଆ ଠାରେ ପହଁଚି ମଶାଲ ସ୍ଥାପନ ସହ ପରବ ପତାକା ଉତ୍ତୋଳନ  କରାଯାଇଥିଲା। ସାଙ୍ଗାନା ହାଇସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଂଗିତ ପରିବେଷଣ କରାଜାଇଥିଲା।ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଯୋଗ ଦେଇ ପରବର ଶୁଭ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସଶ୍ମୀତା ମେଲେକା,କୋରାପୁଟ ପୂର୍ବତନ ସାଂସଦ ଝିନ ହୀକକା,ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,ସ୍ବତନ୍ତ୍ର ଉନୟନ ପରିଷଦ ସଭାପତି ପାରଦା କୁଲେସିକା,ସାଂସଦ ପ୍ରତିନିଧି ପବିତ୍ର ସାଉଁତା, ମଣ୍ଟି ଖରା,ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ପରବର  ବିସୟରେ ନିଜନିଜ ମନ୍ତବ୍ୟ ପ୍ରଦାନ କରିବା ସହ କୋରାପୁଟ ଜିଲ୍ଲାରେ ବସ ବାସ କରୁଥିବା ଆଦିବାସି ସଂସ୍କୃତି ଓ ଲୁକାଇତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ବିସ୍ଵ ଦରବାରରେ ପହଁଚାଇବା ହିଁ ଏଇ ପରବର ମୁଳ ଲକ୍ଷ ବୋଲି ଅତିଥି ମାନେ ପରି ପ୍ରକାସ କରିଥିଲେ।ଆଦିବାସି ଲୋକ ନୃତ୍ୟ,ଢେମସା ନୃତ୍ୟ,ଗିତ ମରା ଓ ଆଦିବାସି ସଂଗିତ ଭଳି ସାଂସ୍କୃତିକ ପ୍ରତି ଯୋଗିତା ମଞ୍ଚସ୍ଥ ହୋଇଥିଲା।୧୩ଟି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ପ୍ରତିଜୋଗି ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଜାଇଥିଲା।ଏନେଇ ବିଭିନ୍ନ ବିଭାଗ ତରଫରୁ ୧୩ଟି ଷ୍ଟଲ୍ ଖୋଲା ଜାଇଥିଲା ବେଳେ ପ୍ରବଳ ଜନ ସମାଗମ୍ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଲକ୍ଷ୍ମୀପୁର ବିଡିଓ ଗୁରେଶ୍ୱର ଭୋଇ ସୁଚାରୁ ରୁପେ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀପୁର ସାଙ୍ଗାନା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା,ବନ୍ଦିକାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁଲଦିପ୍ ଓ ସଂଗୀତା ବେନିଆ ମଞ୍ଚ ପରିଚାଳନା କରିଥିଲେ।ଏଥିରେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ବ୍ଲକରେ ଥିବା ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି,କନିଷ୍ଠ ଯନ୍ତ୍ରୀ,ନିର୍ବାହୀ ଅଧିକାରୀ ଓ ଶିକ୍ଷକ ମାନେ ସହଯୋଗ କରିଥିଲେ।ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଯୋଗୁଁ ଦିନ ୧୨ଟା ପରେ ପରବ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ଦଶଟାରେ ସେଶ ହୋଇ ଥିଲା।ଶାନ୍ତି ସୃଙ୍ଖଳା ରକ୍ଷା ପାଇଁ
ଲକ୍ଷ୍ମୀପୁର ଥାନା ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ,ଆଇଆଇସି ସୁଜ୍ଞାନୀ ସାହୁଙ୍କ ସମେତ ଲକ୍ଷ୍ମୀପୁର,କାକୀରିଗୁମା ଥାନା ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ