Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପାବଳି ଦିନ ମଦୁଆ ହୁସିଆର, ସାଦା ପୋଷାକରେ ବୁଲିବ ପୋଲିସ

ଭୁବନେଶ୍ଵର: ଦୀପାବଳି ଦିନ ମଦୁଆ ହୁସିଆର। ସାଦା ପୋଷାକରେ ବୁଲିବେ ପୋଲିସ। ଏହାର ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ। ମଦ ପିଇ ଉତ୍ପାତ କଲେ ପୋଲିସ ଉଠାଇ ଆଣିବ। ଏହା ସହିତ ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ପିସିଆ ସହ ଥାନା କର୍ମଚାରୀ ଗଳି କନ୍ଦିରେ ବୁଲିବେ। ରାତିରେ ବିଭିନ୍ନ ସ୍ଥାନରେ ଚେକିଂ ପାଇଁ ବ୍ଲକିଂ କରାଯିବ।

ସେ କହିଛନ୍ତି ଯେ, ଏଥିପାଇଁ ଅତିରିକ୍ତ ଡିସିପିଙ୍କ ନେତୃତ୍ଵରେ ସ୍ପେଶାଲ ଟିମ୍ ଗଠନ ହୋଇଛି। କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ପୋଲିସର ଆଲୋଚନା ହୋଇଛି। ବିଶେଷ କରି ଦୁଇଟି ଦିଗ ପ୍ରତି ନଜର ରଖାଯାଇଛି। ଶବ୍ଦ ପ୍ରଦୂଷଣକାରୀ ବାଣ ଓ ମଦ ପିଇ ଉତ୍ପାଦ କଲେ ପୋଲିସ କାର‌୍ୟ୍ୟାନୁଷ୍ଟାନ ନେବ। ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ । ସମସ୍ତେ ଭଲରେ ଭଲରେ ଦୀପାବଳି ପାଳନ କରନ୍ତୁ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ