Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବର୍ଷାଙ୍କ କଡା ଜବାବ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କ କଡା ଜବାବ। ଝାରସୁଗୁଡାରେ ନାବାଳକକୁ ଅପହରଣ ଓ ହତ୍ୟା ପ୍ରସଙ୍ଗ ଟ୍ବିଟ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବର୍ଷା। ଏହାପୂର୍ବରୁ ସାସଂଦ ସସ୍ମିତ ପାତ୍ର ମଧ୍ୟ ଧର୍ମେନ୍ଦ୍ରଙ୍କୁ ପାଲଟା ଜବାବ ଦେଇଥିଲେ।

ଶୁକ୍ରବାର ବିଜେଡିର ନବ ନିର୍ବାଚିତ ପଦମପୁର ବିଧାୟିକା ବର୍ଷା ସିଂ ବରିହା ଟ୍ବିଟ୍ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କଡ଼ା ଜବାବ ଦେଇଛନ୍ତି । ବିଧାୟିକା ବର୍ଷା ସିଂ ବରିହା ବିଜେପି ଶାସିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଫଟୋ ପୋଷ୍ଟ କରିବା ସହ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ପ୍ରତିଉତ୍ତର ଦେଇଛନ୍ତି ।

ପଦମପୁର ଉପନିର୍ବାଚନ ବେଳେ ରାଜ୍ୟ ବିଜେପିର ତାଙ୍କୁ କଟାକ୍ଷ କରିବା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସେତେବେଳର ନିରବତାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ବର୍ଷା । ଜଣେ ମହିଳା ପ୍ରାର୍ଥୀଙ୍କୁ ବିଜେପିର ସମାଲୋଚନା ଦେଖି ଧର୍ମେନ୍ଦ୍ର କିଭଳି ସେତେବେଳେ ଚୁପ୍‌ ଥିଲେ ବୋଲି ବର୍ଷା ଯୁକ୍ତି ବାଢିଛନ୍ତି।

କେବଳ ସେତିକି ନୁହେଁ, ପଦମପୁର ନିର୍ବାଚନ ଲଢିବା ବେଳେ ତାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବ୍ୟକ୍ତିଗତ ଭାବେ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ବେଳେ ଜବାବରେ ବିଜେପିକୁ ପଦମପୁରବାସୀ ପରାଜିତ କରି ମୁହଁତୋଡ ଜବାବ ଦେଇଥିଲେ ବୋଲି ବର୍ଷା କହିଛନ୍ତି । ଅନ୍ୟପଟେ ବିଧାୟିକା ବର୍ଷା ସିଂ ବରିହା କେନ୍ଦ୍ରମନ୍ତ୍ରୀଙ୍କୁ କଟୁ କଥା କହି ସମାଲୋଚନା କରିବା ପ୍ରସଙ୍ଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗିରହିଛି।