Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୀପ ବିଜେପିରେ ଯୋଗ ଦେବେ କି ? ଏମିତି ଉତ୍ତର ଦେଲେ ସଭାପତି ମନମୋହନ ସାମଲ୍

ଭୁବନେଶ୍ଵର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍। ସେ କହିଛନ୍ତି, ସମସ୍ତଙ୍କ ପାଇଁ ଦଳରେ ଆମ ଦ୍ଵାର ଉନ୍ମୁକ୍ତ ରହିଛି। ଯେଉଁମାନେ ସାମିଲ୍ ହେବାକୁ ଚାହିଁବେ ଦଳ ବିଚାର କରିବ। ପ୍ରଦୀପଙ୍କ ସାମିଲ୍ ନେଇ ବିଜେଡି ପ୍ରେସମିଟ୍ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ମନମୋହନ ସାମଲ୍ କହିଛନ୍ତି, ଆମ ଦଳକୁ ଯିଏ ଆସିବେ ଆମେ ବିଚାର କରିବୁ। ସେ କଣ କହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ଗୋପାଳପୁର ବିଧାୟକ ବିଜେଡି ଦଳର ନେତାଙ୍କୁ ବିଜେପିରେ ଯୋଗ ଦେବା ଉପରେ ଜବାବ ଦେଇଥିଲେ। ସେ କହିଥିଲେ, ବିଜେଡି ଓ ଏହାର ନେତାମାନେ ମୋତେ ହାଇଲାଇଟ୍ କରୁଛନ୍ତି। ସେମାନେ ମୋର ବେଶ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ। ବିଜେପିରେ ଯୋଗ ଦେବା ଚର୍ଚ୍ଚାରେ ପ୍ରତିକ୍ରିୟା ଦେଇ ପ୍ରଦୀପ କହିଛନ୍ତି, ଏ ଯାଏ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନି। ରାଜ୍ୟପାଳଙ୍କ ଶପଥ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ। ସେଠାରେ ଦୁହିଁଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ। ବିଜେଡି କେଉଁଠୁ ଖବର ପାଇଲା ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ।

ଉଲ୍ଲେଖନୀୟ ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁର ସହ ଗଞ୍ଜାମର ଆଉ କିଛି ଆସନରେ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜିଲ୍ଲାରେ ତାଙ୍କର ବେଶ ଜନାଧାର ଆଉ ଦବଦବା ରହିଛି। ତାଙ୍କର ନିଜସ୍ଵ ଭୋଟ ବ୍ୟାଙ୍କ ରହିଛି। ତଥାପି କେଉଁଠି ନା କେଉଁଠି ସେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏମିତି ସ୍ଥିତିରେ ବିଜେପି ଏମିତି ଏକ ଦଳ ଯେଉଁଠି ସେ ନିଜକୁ ସୁରକ୍ଷିତ ମଣିବା ସହିତ ନିଜର ରାଜନୈତିକ କ୍ୟାରିୟରକୁ ଆହୁରି ଆଗକୁ ନେଇ ପାରନ୍ତି।

ଅନ୍ୟପଟେ ଦଳରେ ପ୍ରଦୀପଙ୍କ ଆଗମନ ହେଲେ ଗଞ୍ଜାମରେ ବିଜେପି ପାଇଁ ମଧ୍ୟ ବେଶ ଫାଇଦା ମିଳିପାରେ। ପ୍ରଦୀପଙ୍କ ଜରିଆରେ ଦଳ ବିଜେଡିକୁ ଗଞ୍ଜାମ ଜିଲ୍ଲାରେ ଅଡୁଆରେ ପକାଇପାରେ। ବିଜେଡିରୁ ବିଦା ହେବା ପରେ ପ୍ରଦୀପ ଶାସକ ଦଳ ପ୍ରତି କଠୋର ଆଭିମୁଖ୍ୟ ଆପଣେଇଛନ୍ତି। ଆଉ ବିଜେପି ପ୍ରତି ଢଳୁଥିବା ନଜିର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ